Latest Odisha News

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ହାଇକୋର୍ଟରେ ପିଆଇଏଲ ଦାଖଲ

କଟକ: ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ କର୍ମୀ ହତ୍ୟା କରିବା ମାମଲାରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ। ସିବିଆଇ ତଦନ୍ତ ଦାବି କରି ପିଆଇଏଲ ଦାଖଲ କରିଛି ଭାରତୀୟ ବିକାଶ ପରିଷଦ । ଦାୟର ହୋଇଥିବା ପିଆଇଏଲରେ କୁହାଯାଇଛି ଯେ ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ଏହି ମାମଲାରେ ତଦନ୍ତ କରୁଛି। କିନ୍ତୁ ତଦନ୍ତ ନିରପେକ୍ଷ ହେବାର ସମ୍ଭାବନା ନଥିବାରୁ ପିଆଇଏଲ ଦାଖଲ କରାଯାଇଛି ବୋଲି ସଂପୃକ୍ତ ଏନଜିଓ ତରଫରୁ ହାଇକୋର୍ଟରେ କୁହାଯାଇଛି।

ଭାରତୀୟ ବିକାଶ ପରିଷଦ ଦାୟର କରିଥିବା ଆବେଦନରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, ସିବିଆଇ ଓ କ୍ରାଇମବ୍ରାଞ୍ଚକୁ ପକ୍ଷଭୁକ୍ତ କରାଯାଇଥିବା ସୂଚନା ମିଳିଛି।

ଏହି ହତ୍ୟାକାଣ୍ଡର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରୁଛି। ସେହିପରି ତଦନ୍ତର ତଦାରଖ କରିବାକୁ ରାଜ୍ୟ ସରକାରଙ୍କ ନିବେଦନ ପରେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି. ଦାସଙ୍କି କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବାକୁ ନିୟୋଜିତ କରାଯାଇଛି।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରହସ୍ୟଜନକ ହତ୍ୟାକାଣ୍ଡକୁ ବିରୋଧୀ ରାଜ୍ୟ ସରକାରଙ୍କୁ ଘନ ଘନ ଆକ୍ରମଣ କରିବା ସହିତ ଏହି ହତ୍ୟା ମାମଲାରେ ଷଡ଼ଯନ୍ତ୍ର ରହିଥିବା ଦାବି କରୁଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ଏହି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। କ୍ରାଇମବ୍ରାଞ୍ଚ ଏହି ମାମଲାରେ ସଠିକ ତଦନ୍ତ କରିପାରିବ ନାହିଁ ବୋଲି ଦାବି କରୁଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀ ୨୯ ତାରିଖରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଗାନ୍ଧୀ ଛକ ନିକଟରେ ମନ୍ତ୍ରୀଙ୍କୁ ଗୋପାଳ ଦାସ ଗୁଳିମାଡ କରିଥିବା ଅଭିଯୋଗ ରହିଛି। ଗୁରୁତର ଅବସ୍ଥାରେ ନବ ଦାସଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ସେହିଦିନ ସନ୍ଧ୍ୟାରେ ଆପୋଲୋ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା।

 

Comments are closed.