Latest Odisha News

BREAKING NEWS

ଅସୁସ୍ଥ ହୋଇଗଲେ ପାଇଲଟ୍, ଯାତ୍ରୀ ଉଡ଼ାଇଲେ ଫ୍ଲାଇଟ୍

ଭୁବନେଶ୍ୱର: ବଲିଉଡ୍ ଧମାଲ୍ ଫିଲ୍ମର ଏକ ଅଂଶ ମଙ୍ଗଳବାର ସତ ହୋଇଛି । ଖୁବ୍ ପସନ୍ଦ ହୋଇଥିବା କମେଡି ଫିଲ୍ମ ଧମାଲ ରେ ବମନ ଆଉ ତା ବାପା ଫ୍ଲାଇଟ୍ ଉଡ଼ାଇବା ଘଟଣା ଫ୍ଲୋରିଡ଼ାରେ ସତ ହୋଇଛି ।

ମଙ୍ଗଳବାର ଏକ ପ୍ରାଇଭେଟ୍ ଫ୍ଲାଇଟ୍ ରେ ପାଇଲଟ୍ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତା ପରେ ଆଦୌ ଅଭିଜ୍ଞତା ନଥିବା ଜଣେ ଯାତ୍ରୀ ଫ୍ଲାଇଟ୍ କୁ ୧୫୦ କିଲୋମିଟରରୁ ଅଧିକ ବାଟ ଉଡ଼ାଇ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ।

ମଙ୍ଗଳବାର ରୋଜର ନାମକ ବ୍ୟକ୍ତି ବାହାମାସ ରୁ ଫ୍ଲୋରିଡ଼ା ଏକ ପ୍ରାଇଭେଟ୍ ଫ୍ଲାଇଟରେ ଯାତ୍ରା କରୁଥିଲେ । ଅର୍ଦ୍ଧାଧିକ ବାଟ ଯିବା ପରେ ପାଇଲଟ୍ ଜଣକ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ସମୁଦାୟ ଫ୍ଲାଇଟରେ ଥିଲେ ତିନି ଜଣ । ରୋଜର ସେମାନଙ୍କ ଭିତରୁ ସାହସ ଜୁଟାଇ ଏୟାର ଟ୍ରାଫିକ କଣ୍ଟ୍ରୋଲର ସାହାଯ୍ୟ ନେଇଥିଲେ ।

ରୋଜର ପ୍ରକୃତ ସମସ୍ୟା କହିବା ପରେ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲୁ ପ୍ରଶ୍ନ ଆସିଥିଲା ତୁମ ସ୍ଥିତି କଣ ଏବେ? ଯାହା ପରେ ରୋଜର ୪ ମିନିଟ୍ କାଳ ଚୁପ୍ ହୋଇଯାଇଥିଲେ । ସେ ଜାଣିପାରିନଥିଲେ କ’ଣ କରିବେ! ତା ପରେ ପୁଣି ଏଟିସିକୁ ଉତ୍ତର ଦେଇଥିଲେ । ଏବଂ ଏଟିସି ର କଥା ଅନୁସାରେ ଫ୍ଲାଇଟ ଉଡାଇ ଚାଲିଥିଲେ ।

୭୦ ମାଇଲ ରୁ ଅଧିକ ଅର୍ଥାତ୍ ପ୍ରାୟ ୧୫୦ କିଲୋମିଟରରୁ ବେଶୀ ଦୂର ସେ ଫ୍ଲାଇଟ୍ ଉଡ଼ାଇ ଆସିଥିଲେ । ମୁଖ୍ୟ କଥା ହେଉଛି ତୁଳନାତ୍ମକ ଭାବେ ମଝି ଆକାଶରେ ଉଡ଼ାଣ ଠାରୁ ଅବତରଣ କରିବା ଭାରି କଷ୍ଟକର ବା ଜଟିଳ । ଯେଉଁଠି ପ୍ରଶିକ୍ଷିତ ପାଇଲଟ୍ ମାନେ ବି ହାର ମାନିଯାଆନ୍ତି । ହେଲେ ଏଟିସି କଥା ଶୁଣି ରୋଜର ସଠିକ୍ ଏବଂ ସୁରକ୍ଷିତ ଭାବେ ସେସ୍ନା-୨୦୮ ଫ୍ଲାଇଟ କୁ ଅବତରଣ କରାଇଦେଇଥିଲେ । ଏହାସହ ରୋଜର ଏବେ ଗ୍ଲୋବାଲ ଫେମସ ହୋଇଯାଇଛନ୍ତି ।

Comments are closed.