Latest Odisha News

BREAKING NEWS

ଗୋଲାପୀ ଅଣ୍ଡା ଦେଖି ଲୋକେ ଆଶ୍ଚର୍ଯ୍ୟ

ଆପଣ ଅନେକ ପ୍ରକାରର ଅଣ୍ଡା ଦେଖିଥିବେ ନିଶ୍ଚୟ । କୁକୁଡ଼ା ଅଣ୍ଡା ସବୁଠାରୁ ସାଧାରଣ । ଲୋକମାନେ ମଧ୍ୟ ପ୍ରୋଟିନ୍ ପାଇଁ ଆଗ୍ରହର ସହିତ ଏହି ଅଣ୍ଡାକୁ ଖାଇଥାନ୍ତି । ଏହା ବ୍ୟତୀତ, ଓଟପକ୍ଷୀ ଅଣ୍ଡା ହେଉଛି ଦୁନିଆର ସବୁଠାରୁ ବଡ ଅଣ୍ଡା ହୋଇଥିବା ବେଳେ ହାମିଙ୍ଗବର୍ଡର ଅଣ୍ଡା ଦୁନିଆର ସବୁଠାରୁ ଛୋଟ ଅଣ୍ଡା ହୋଇଥାଏ । କିନ୍ତୁ ଅଧିକାଂଶ ଜୀବଙ୍କର ଅଣ୍ଡାର ରଙ୍ଗ କେବଳ ଧଳା ହୋଇଥାଏ । କୁକୁଡ଼ାମାନଙ୍କର ବ୍ରାଉନ୍ ଅଣ୍ଡା ମଧ୍ୟ ଦେଖିବାକୁ ମିଳେ, ଯାହାକୁ ଆମେ ଦେଶୀ ଅଣ୍ଡା ବୋଲି କହିଥାଉ । କିନ୍ତୁ ଆପଣ କେବେ ଦେଖିଛନ୍ତି କି କୌଣସି ପ୍ରାଣୀ ଗୋଲାପୀ ଅଣ୍ଡା ଦେଉଛନ୍ତି? ନିକଟରେ ସୋସିଆଲ ମିଡିଆରେ ଏକ ଅଜବ ଭିଡିଓ ଦେଖିବାକୁ ମିଳିଥିଲା ଯେଉଁଥିରେ ଗୋଲାପୀ ଅଣ୍ଡା ଦେଉଥିବା ଏକ ଜୀବ ନଜର ଆସିଥିଲା ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଗୋଟେ ଗେଣ୍ଡା ପ୍ରଜାତିର ଏକ ଜୀବ କାନ୍ଥରେ ଲାଗି ରହିଛି । ପରେ ଗୋଟେ ପରେ ଗୋଟେ କରି ଅଣ୍ଡା ଦେଉଛି । ଏହାର ରଙ୍ଗ ସାଧାରଣ ଅଣ୍ଡା ପରି ନ ଥିଲା । ଏହାର ରଙ୍ଗ ଧଳା ବଦଳରେ ଗୋଲାପୀ ଥିଲା । ରଙ୍ଗ ବ୍ୟତୀତ, ଯେଉଁ ବେଗରେ ଜୀବଟି ଅଣ୍ଡା ଦେଇ ଚାଲିଥିଲା, ତାହା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଅଣ୍ଡା ଦେଇ ସାରିବା ପରେ ଜୀବଟି ପୁଣି ପାଣି ଭିତରକୁ ଚାଲି ଯାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା ।

ଏହି ଭିଡିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି କେହି ଏହି ଅଣ୍ଡା ତୁରନ୍ତ ନଷ୍ଟ ହେବା ଉଚିତ୍ । କାରଣ ଏହା ଅନେକ ରୋଗର ବାହକ ହୋଇପାରେ ବୋଲି କହିଛନ୍ତି । ସେହିପରି ଆଉ କିଛି ବ୍ୟକ୍ତି ଲେଖିଛନ୍ତି ଯେ, ଦକ୍ଷିଣ ଆମେରିକାରେ ଏପରି ଅଣ୍ଡା ଦେଖିବା ସାଧାରଣ କଥା । ସେଠାରେ ଲୋକମାନେ ତୁରନ୍ତ ତାକୁୁ ନଷ୍ଟ କରି ଦିଅନ୍ତି ।

Leave A Reply

Your email address will not be published.