Latest Odisha News

BREAKING NEWS

ଗୋଲାପୀ ରଙ୍ଗର ଚାଦରରେ ଘୋଡେଇ ହୋଇଛି ମାୟାନଗରୀ, ସୃଷ୍ଟି କରୁଛି ବିଦେଶର ଭ୍ରମ

ମୁମ୍ବାଇ: ବର୍ତ୍ତମାନ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଇଷ୍ଟର୍ଣ୍ଣ ଏକ୍ସପ୍ରେସୱେରେ ଗୋଲାପୀ ରଙ୍ଗର ସୁନ୍ଦରତା ଖେଳିଯାଇଛି । ଏଠାକାର ଦୃଶ୍ୟ ଦେଖି ଆପଣ ଅନୁଭବ କରିବେ ଯେପରି ଆପଣ ଏକ ବିଦେଶକୁ ଆସିଛନ୍ତି । ସୁନ୍ଦର ଗୋଲାପୀ ରଙ୍ଗର ଫୁଲ ଥିବା ଗଛଗୁଡିକ ମୁମ୍ବାଇର ବିକ୍ରୋଲିରେ ଲଗାଯାଇଛି, ଯାହା ଆଜିକାଲି ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ।

ଏହି ଫୁଲଗୁଡିକ ପ୍ରାୟ କୋରିଆରେ ଦେଖିବାକୁ ମିଳିଥାଏ । ଏହି ଗଛଗୁଡିକର ଫୁଲଗୁଡ଼ିକର ସୁଗନ୍ଧ ନାହିଁ ସତ ହେଲେ ଫୁଲ ଫୁଟିବା ପରେ ସେଗୁଡିକରୁ ନଜର ଫେରାଇ ଆଣିବା ଅତି କଷ୍ଟକର । ଯିଏ ସେହି ରାସ୍ତା ଦେଇ ଯାଉଛି ଘଡିଏ ନଦେଖିଲେ ତାର ମନ ପୁରୁନି । ଆଉ କେହି ବୁଲି ବୁଲି ଆଖିରୁ ନଲୁଚିବା ପର୍ଯ୍ୟାନ୍ତ ସେ ଏହି ଫୁଲକୁଅପଲକ ନୟନରେ ଚାହିଁ ରହୁଛନ୍ତି । ଆଉ କେହି କେହି ମୋବାଇଲରେ କଏଦ କରୁଛନ୍ତି ଏହି ଗୋଲାପୀ ଫୁଲର ସୁନ୍ଦରତାକୁ ।

ଜାନୁଆରୀ ଏବଂ ଫେବୃଆରୀ ମାସରେ, ଏହି ଗଛଗୁଡ଼ିକରେ ଫୁଟୁଥିବା ଫୁଲଗୁଡିକ ଅତିବ ମନୋହର ଦୃଶ୍ୟ ସୃଷ୍ଟି କରିଥାନ୍ତି । ଏହାର ସୁନ୍ଦରତାରେ ମୁମ୍ବାଇବାସୀମାନେ ପାଗଳ ହୋଇଯାଇଥାନ୍ତି । ଏହାର ସୌନ୍ଦର୍ଯ୍ୟରେ ବିସ୍ମିତ ହୋଇ ଲୋକମାନେ ଏହାକୁ ଗୋଲାପୀ ଫୁଲ ଗଛ ବୋଲି କହୁଛନ୍ତି ।

ମୁମ୍ବାଇର ଏହି ରାସ୍ତାକୁ ଆସିବା ପରେ ଲାଗିବ ଯେପରି ଆପଣ କୋରିଆକୁ ଆସିଯାଇଛନ୍ତି । ଗୋଟିଏ ପଟେ, ଯାନ ଚଳପ୍ରଚଳ ଏବଂ ଅନ୍ୟ ପଟେ ଏହି ସୁନ୍ଦର ଗଛର ଫୁଲ ସମସ୍ତଙ୍କ ହୃଦୟ ଜିତୁଛି । ରାସ୍ତାରେ ଏହି ପ୍ରଜାତିର ଶହେରୁ ଅଧିକ ଗଛର ଉପସ୍ଥିତି ହେତୁ ଗୋଲାପୀ ରଙ୍ଗର ଚଦର ଚାରିଆଡେ ବିଛେଇହେବା ପରି ଲାଗୁଛି । ରାଜପଥରେ ଥିବା ଏହି 25 ରୁ 30 ଫୁଟ ଉଚ୍ଚ ଗଛଗୁଡିକ ବସନ୍ତ ଋତୁର ଆଗମନରେ ହିଁ ତାର ଗୋଲାପୀ ଫୁଲରେ ସମସ୍ତଙ୍କ ମନମୋହିଥାଏ ।

 

Leave A Reply

Your email address will not be published.