Latest Odisha News

BREAKING NEWS

କୋହଲି ତାଙ୍କୁ କଣ କହିଥିଲେ ଜଣାଇଲେ ପାଦ ଛୁଇଁଥିବା ପ୍ରଶଂସକ

କୋଲକାତା: ଚଳିତ ଆଇପିଏଲରେ କେକେଆର ଓ ଆରସିବି ମ୍ୟାଚ ଅବସରରେ ଜଣେ ପ୍ରଶଂସକ ପଡିଆ ମଧ୍ୟକୁ ପ୍ରବେଶ କରିଥିଲେ । ବିରାଟ କୋହଲି ବ୍ୟାଟିଂ କରୁଥିବା ବେଳେ ସେ ସୁରକ୍ଷା ବଳୟକୁ ଭେଦ କରି ପଡିଆକୁ ଯାଇଥିଲେ । ସେଠାରେ ସେ କୋହଲିଙ୍କ ପାଦ ଛୁଇଁଥିଲେ । ଏହା ପରେ ସୁରକ୍ଷାକର୍ମୀ ତାଙ୍କୁ ଗିରଫ କରିଥିଲେ । ଏବେ ଉକ୍ତ ପ୍ରଶଂସକ ଯାହାଙ୍କ ନାମ ଋତୁପର୍ଣ୍ଣା ପାଖିରା କୋହଲି ତାଙ୍କୁ ସେ ସମୟରେ କଣ କହିଥିଲେ ତାହା ଜଣାଇଛନ୍ତି । ମୁଁ ଯେତେବେଳେ ତାଙ୍କ ପାଦ ଛୁଇଁଲେ ସେ ମୋର ନାମ ପଚାରିଥିଲେ । ଏହା ପରେ ସଙ୍ଗେ ସଙ୍ଗେ ଏଠାରୁ ପଳାଇ ଯିବା ପାଇଁ କହିଥିଲେ ।

ସୁରକ୍ଷାକର୍ମୀ ନିକଟତର ହେବା ପରେ କୋହଲି ସେମାନଙ୍କୁ ନ ମାରିବା ପାଇଁ ଅନୁରୋଧ କରିଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଥିଲା । କୋହଲି ଏହି ମ୍ୟାଚରେ ୩୦ ବଲରେ ୫୯ ରନ କରି ଅପରାଜିତ ରହିଥିଲେ । ତାଙ୍କର ଚମତ୍କାର ଇନିଂସ ବଲରେ ଆରସିବି ୭ ୱିକେଟରେ ବିଜୟ ହାସଲ କରିଥିଲା । ଆଇପିଏଲରେ କୋହଲିଙ୍କ ଏହା ୫୬ତମ ଅର୍ଦ୍ଧଶତକ ରହିଥିଲା ।

Leave A Reply

Your email address will not be published.