Latest Odisha News

BREAKING NEWS

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ପୀୟୁଷ

ନୂଆଦିଲ୍ଲୀ:ଭାରତର ଷ୍ଟାର ସ୍ପିନର ପୀୟୁଷ ଚାୱଲା କ୍ରିକେଟର ସମସ୍ତ ଫର୍ମାଟର ଅବସର ଘୋଷଣା କରିଛନ୍ତି । ୩୬ ବର୍ଷୀୟ ଏହି ସ୍ପିନର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ସୂଚନା ଦେଇଥିଲେ । ୨୦୦୭ ଟି୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଆଇପିଏଲରେ ମଧ୍ୟ ତାଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ୨୦୧୨ ଓ ୨୦୧୪ ଟାଇଟଲ ଜିିତିଥିବା କୋଲକାତା ନାଇଟ ରାଇଡର୍ସ ଟିମର ସେ ଅଂଶବିଶେଷ ଥିଲେ । ଆଇପିଏଲ ଇତିହାସରେ ସେ ୧୯୨ ୱିକେଟ ନେଇ ଓଭରାଲ ତୃତୀୟ ସ୍ଥାନରେ ରହିଛନ୍ତି । କ୍ରିକେଟରୁ ଅବସର ନେବା କଥା ମୁଁ କେବେ ବି ଚିନ୍ତା କରି ନ ଥିଲି । ଅବସର ଘୋଷଣା କରିବା ମୋ ପାଇଁ ଏକ କଷ୍ଟକର ବ୍ୟାପାର ଥିଲା ।

ମୁଁ କ୍ରିଜଠାରୁ ଦୂରେଇ ଗଲେ ମଧ୍ୟ କ୍ରିକେଟକୁ ଛାଡି ପାରିବି ନାହିଁ ବୋଲି ପୀୟୂଷ କହିଛନ୍ତି । ଭାରତ ପକ୍ଷରୁ ସେ ୩ଟି ଟେଷ୍ଟ ମ୍ୟାଚ ଖେଳି ୭ ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ୨୫ ଦିନିକିଆରେ ୩୨ ୱିକେଟ ଓ ଟି୨୦ରେ ୭ ମ୍ୟାଚରୁ ୪ ୱିକେଟ ହାସଲ କରିଛନ୍ତି । କୋଚ କେକେ ଗୌତମ, ପରିବାର ଓ ପିତା ପଙ୍କଜ ସାରସ୍ୱତଙ୍କ ବିନା ମୋ କ୍ରିକେଟ କ୍ୟାରିୟର ସମ୍ଭବ ନ ଥିଲା । ସେମାନେ ମୋ ପାଇଁ ଅନେକ ତ୍ୟାଗ କରିଛନ୍ତି ।

Comments are closed.