Latest Odisha News

ଜ୍ୱାଳାମୁଖୀରେ ପିଜ୍ଜା ତିଆରି କରି ଖାଇଲେ ଯୁବତୀ

ଗୁଆଟେମାଲା: ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳୁଛି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ଗୁଆଟେମାଲାରେ ଜ୍ୱାଳାମୁଖୀ ଆଞ୍ଚରେ ପିଜ୍ଜା ତିଆରି କରି ଖାଇଛନ୍ତି ।

ଆଲେକ୍‌ଜେଣ୍ଡ୍ରା ବ୍ଲୋଡଗେଟ୍ ନାମ୍ନୀ ଜଣେ ଯୁବତୀ ନିକଟରେ ଗୁଆଟେମାଲା ବୁଲିବାକୁ ଯାଇଥିଲେ । ସେଠାରେ ସେ ଏକ ପିଜ୍ଜାକୁ ଭିନ୍ନ ଉପାୟରେ ପ୍ରସ୍ତୁତ କରିଛନ୍ତି । ଏହି ପିଜ୍ଜାକୁ ସେ ଜ୍ୱାଳାମୁଖୀ ଆଞ୍ଚରେ ପ୍ରସ୍ତୁତ କରିଛନ୍ତି । ପ୍ରସ୍ତୁତ କରିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, ଜ୍ୱାଳାମୁଖୀରେ ପିଜ୍ଜା ଖାଇବାକୁଗୁଆଟେମାଲା ଆସିଛନ୍ତି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ କଞ୍ଚା ପିଜ୍ଜାକୁ ତଳେ ଥୋଇ ତାକୁ ଘୋଡ଼ାଇ ଦେଉଛନ୍ତି । କିଛି ସମୟ ପରେ ତାହା ପ୍ରସ୍ତୁତ ହୋଇଯାଉଛି । ଏହାପରେ ଆଲେକ୍‌ଜେଣ୍ଡ୍ରା ତାକୁ ଆରାମରେ ଖାଉଥିବା ନଜର ଆସିଛନ୍ତି ।

୨୦୨୧ ମସିହାରେ ଏଠାରେ ଜ୍ୱାଳାମୁଖୀ ଫାଟିଥିଲା । କିନ୍ତୁ ଏହା ଏବେ ବି ସକ୍ରିୟ ରହିଛି । ଏଠାରେ ବହୁତ ଥଣ୍ଡା ଥିବାରୁ ତାଙ୍କୁ ଅଧିକ କପଡ଼ା ପିନ୍ଧିବାକୁ ପଡ଼ିଥିଲା । ଏହି ଭିଡ଼ିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅଧିକାଂଶ ଲୋକ ଏହାକୁ ପସନ୍ଦ କରିଥିବା ବେଳେ ଆଉ କିଛି ଲୋକେ ଯୁବତୀ ଜଣକ ପାଗଳ ହୋଇଯାଇଛନ୍ତି ବୋଲି ମତ ରଖିଛନ୍ତି ।

Comments are closed.