Latest Odisha News

ତଓ୍ୱାଙ୍ଗ ସୀମା ସଂଘର୍ଷ ଘଟଣାରେ ଭାରତକୁ ସମର୍ଥନ କଲା ଆମେରିକା

ଓ୍ୱାଶିଂଟନ: ଅରୁଣାଚଳପ୍ରଦେଶ ତଓ୍ୱାଙ୍ଗରେ ଚୀନ-ଭାରତୀୟ ସେନା ସଂଘର୍ଷ ଘଟଣାରେ ଭାରତକୁ ସମର୍ଥନ ଜଣାଇଲା ଆମେରିକା । ଭାରତୀୟ ସେନାର ପତିଆରାକୁ ପ୍ରଶଂସା କଲା ସୁପରପାଓ୍ୱାର ଆମେରିକା । ହ୍ୱାଇଟ୍ ହାଉସ ପକ୍ଷରୁ ଜାରି ବିଜ୍ଞପ୍ତି ଜରିଆରେ ସୂଚିତ କଲେ ରାଷ୍ଟ୍ରପତି ଜୋ ବାଇଡେନ୍ ।

ଭାରତ ଓ ଚୀନ ଧ୍ୟରେ ସୀମା ବିବାଦକୁ ନେଇ ପ୍ରତିକ୍ରିୟା ରଖିଲା ହ୍ୱାଇଟ୍ ହାଉସ । ଉଭୟ ପକ୍ଷ ଦ୍ୱିପାକ୍ଷିକ ଆଲୋଚନାରେ ସମାଧାନ କରିବାକୁ ଆହ୍ୱାନ କରିଛି ଆମେରିକା । ଡିସେମ୍ୱର ୯ ତାରିଖରେ ଭାରତୀୟ ସେନାର ବାହଦୂରି ଆଗରେ ହାର ମାନିଥିଲା ପିଏଲଏ ।

ଏହି ଘଟଣାକୁ ନେଇ ଦେଶର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଥିଲେ ବିରୋଧୀ ରାଜନୈତିକ ଦଳ । ସଂସଦରେ ବି ହୋହଲ୍ଲା ହୋଇଥିଲା । ଯାହାର ଉତ୍ତରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତ୍ତି ଦେଇଥିଲେ । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଥିଲେ, କେନ୍ଦ୍ରରେ ମୋଦୀ ଶାସନ ଥିବା ଯାଏଁ ଦେଶ ଭୂଖଣ୍ଡରୁ ଇଞ୍ଚେ ବି ଜମି ଚୀନ କିମ୍ୱା ଆଉ କେହି ନେଇପାରିବେନି ।

 

 

Leave A Reply

Your email address will not be published.