Latest Odisha News

BREAKING NEWS

SCB ମେଡିକାଲରେ ମ୍ୟୁଜିକ ଥେରାପି, ICU ଭିତରେ ୨୪ ଘଣ୍ଟା ବାଜିବ ଜଗନ୍ନାଥ ଭଜନ

କଟକ: ଏସସିବିର ଆଇସିୟୁରେ ୨୪ ଘଣ୍ଟା ବାଜିବ ଜଗନ୍ନାଥ ଭଜନ। ମେଡିକାଲ୍‌ର ବିଭିନ୍ନ ବିଭାଗର ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଦିଆଯିବ ମ୍ୟୁଜିକ୍‌ ଥେରାପି। ଆଇସିୟୁ ଭିତରେ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ। ଫଳରେ ରୋଗୀ ଓ କର୍ମଚାରୀଙ୍କ ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିବ। ଏଭଳି ନିଷ୍ପତ୍ତି ନେଇଛନ୍ତି କଟକ ଏସସିବି ମେଡିକାଲ କର୍ତ୍ତୃପକ୍ଷ।

ସୂଚନା ଅନୁସାରେ ମ୍ୟୁଜିକ ଥେରାପି ଦ୍ୱାରା ଅନେକ ସମୟରେ ଅନେକ ରୋଗୀ ଭଲ ହୋଇଯାଆନ୍ତି। ତେଣୁ ଏପରି ଏକ ନୂତନ ପଦକ୍ଷେପ ଆପଣେଇବାକୁ ଯାଉଛି ଏସସିବି ମେଡିକାଲ ପ୍ରଶାସନ। ବିଶେଷକରି ଭିକାରୀବଳଙ୍କ ଜଗନ୍ନାଥ ଭଜନ ଉପରେ ଗୁରୁତ୍ୱ ଦିଆଯିବ। କେବଳ ଇନ୍‌ଷ୍ଟ୍ରୁମେଣ୍ଟାଲ୍‌ ମ୍ୟୁଜିକ୍ ବାଜିବ ବୋଲି କୁହାଯାଉଛି।

ଟେଣ୍ଡର ଜରିଆରେ ଏକ ଘରୋଇ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯିବ । ଏସସିବି ବଡ଼ ମେଡିକାଲରେ ମୋଟ ୨୧୩ଟି ଆଇସିୟୁ ବେଡ୍ ରହିଛି । ସବୁ ବେଡରେ ଏହି ସୁବିଧା ଉପଲବ୍ଧ ହେବ। ଆସନ୍ତା ସପ୍ତାହ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ମେଡିକାଲ କର୍ତ୍ତୃପକ୍ଷର ଲକ୍ଷ୍ୟ ରହିଛି। ସେହିପରି ଆଇସିୟୁ ବାହାରେ ମେଡିକାଲ ପରିସରରେ ମଧ୍ୟ ସଚେତନତା ପାଇଁ ଏକ ସାଉଣ୍ଡ ସିଷ୍ଟମ କାର୍ଯ୍ୟକାରୀ କରାଯିବ। ଏହି ସାଉଣ୍ଡ ସିଷ୍ଟମ ଜରିଆରେ ସଚେତନତା ଓ କଟକଣା ସମ୍ପର୍କରେ ସୂଚନା ଦିଆଯିବ।

Comments are closed.