Latest Odisha News

ଆମେରିକା ବିମାନରେ ନିଆଁ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ୱାଶିଂଟନ: କଲୋରାଡୋର ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ଏକ ଆମେରିକୀୟ ଏୟାରଲାଇନ୍ସ ଜେଟ୍‌ରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି।

ଏହି ବିମାନରେ ୧୭୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ସହ କ୍ରୁ ମେମ୍ବର ମଧ୍ଯ ସାମିଲ ଥିଲେ। ଏୟାରଲାଇନ୍ସ ଏବଂ ଆମେରିକା ଫେଡେରାଲ୍ ଏଭିଏସନ୍ ଅଧିକାରୀଙ୍କ ବିବୃତ୍ତି ଅନୁଯାୟୀ, ଇଞ୍ଜିନ୍ ଫେଲ୍ ହେବା ପରେ ବିମାନଟି ଡେନଭରକୁ ସ୍ଥାନାନ୍ତରିତ କରାଯାଇଥିଲା। ସମସ୍ତଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା ବେଳେ କୌଣସି କ୍ଷୟକ୍ଷତିର ରିପୋର୍ଟ ନାହିଁ।

ସୂଚନା ଅନୁଯାୟୀ, ବିମାନଟି କଲୋରାଡୋ ସ୍ପ୍ରିଙ୍ଗସ୍ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରି ଡାଲାସ୍ ଫୋର୍ଟ ୱର୍ଥ ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଯାଉଥିଲା। ଇଞ୍ଜିନରେ ସମସ୍ୟା ଯୋଗୁଁ ଏହାକୁ ଡେନଭରକୁ ଡାଇଭର୍ଟ କରାଯାଇଥିଲା। ଯେଉଁଠାରେ ବିମାନଟିରେ ନିଆଁ ଲାଗିଯାଇଥିଲା। ତେବେ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

ତେବେ ଯାତ୍ରୀମାନେ ବିମାନର ଡେଣା ଉପରେ ଠିଆ ହୋଇଥିବାର ଏକ ଭିଡିଓରେ ଦେଖିବାକୁ ମିଳୁଛି। ଯେତେବେଳେ କି ବିମାନ ଚାରିପାଖରେ ଧୂଆଁ ଧୁଆଁ ଦେଖାଯାଉଛି।

Comments are closed.