Latest Odisha News

BREAKING NEWS

କେଉଁଠି କେଉଁ ଗଛ ରହିଲେ ମିଳିବ ଶୁଭଫଳ

ପରିବେଶ ସୁରକ୍ଷା ତଥା ପ୍ରଦୂଷଣକୁ ରୋକିବା ପାଇଁ ବୃକ୍ଷ ରୋପଣ ସବୁଠାରୁ ବଡ଼ ବିକଳ୍ପ। ତେବେ ବାସ୍ତୁ ଅନୁସାରେ ଘର ପରିସରରେ ବୃକ୍ଷ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଅର୍ଥାତ୍ କିଛି ବୃକ୍ଷକୁ ନିର୍ଦ୍ଦିଷ୍ଟ ଦିଗରେ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆଉ କିଛି ଗଛ ଘରଠାରୁ ଦୂରରେ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଘରର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱରେ ଗୁଆ ଗଛ ଲଗାଇଲେ ଶୁଭ ଫଳ ପ୍ରାପ୍ତ ହୁଏ। ଘରର ପୂର୍ବ ଭାଗରେ ବେଲ, ତୁଳସୀ, ଶ୍ୱେତ ଅରଖ, ଅଁଳା, ମଲ୍ଲୀ, ସମୀ, ଅଶୋକ ବୃକ୍ଷ ରହିଲେ ଶୁଭ ଘରର ଆଗ୍ନେୟ କୋଣରେ ମଧୁମାଳତି ଅତ୍ୟନ୍ତ ଶୁଭ। ଘର ଭିତରେ ମନି ପ୍ଲାଣ୍ଟ୍ ଅତ୍ୟନ୍ତ ଶୁଭ

ଘର ଠାରୁ ଦୂରରେ ସଜନା, ନିମ୍ବ, ଆମ୍ବ, ପିଜୁଳି, ଅମୃତଭଣ୍ଡା ଗଛ ଶୁଭ କଣ୍ଟା ଜାତୀୟ ବୃକ୍ଷ ଯଥା ବରକୋଳି, ସିଜୁ, ନାଗଫେଣୀ ଗଛ ଅତ୍ୟନ୍ତ ଅଶୁଭ ଲେମ୍ବୁ, ଗୋଲାପ ଆଦି କଣ୍ଟା ଜାତୀୟ ହେଲେ ମଧ୍ୟ ଘର ପାଇଁ ଶୁଭ ଫଳ ପ୍ରଦାନ କରିଥାଏ । ସମୀ ବୃକ୍ଷ ଧନଧାନ୍ୟ ବୃଦ୍ଧି ହୋଇଥାଏ।

Leave A Reply

Your email address will not be published.