ନୂଆଦିଲ୍ଲୀ: କରୋନା ପାଇଁ ଏଯାଏଁ କୌଣସି ପ୍ରଭାବଶାଳୀ ଚିକିତ୍ସା ବାହାରି ନାହିଁ । ତେବେ ଏହାରି ଭିତରେ ପ୍ଲାଜମା ଥେରାପୀକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଭିନ୍ନ ଭିନ୍ନ ମତ ରହିଛି । ତେବେ ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ପ୍ଳାଜମା ଥେରାପୀ ଏବେ ବି ପରୀକ୍ଷଣ ସ୍ତରରେ ରହିଛି । କରୋନା ଚିକିତ୍ସା ପାଇଁ ଏହାକୁ ବ୍ୟବହାର ପରୀକ୍ଷାମୂଳକ ଭାବେ କରାଯାଉଛି । ଏହାର ସଫଳତା ନେଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।
ICMR ଏହାକୁ ନେଇ ଗବେଷଣା କରୁଛି। ତେଣୁ ଏହା ଜରୁରୀ, ଯେ ପର୍ଯ୍ୟନ୍ତ ICMR ଗବେଷଣା ପୂରା ନକରିଛି, ସେ ପର୍ଯ୍ୟନ୍ତ ଏହାର ପ୍ରୟୋଗ ଗବେଷଣା କିମ୍ବା ପରୀକ୍ଷଷରେ କରାଯିବ। ପ୍ଲାଜମା ଥେରାପୀର ବ୍ୟବହାର ଯଦି ଗାଇଡ୍ ଲାଇନ୍ ଅନୁରୂପ ନହୁଏ ତେବେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି ।
ଦେଶରେ ଗତ ୨୪ ଘଣ୍ଟାରେ ମୋଟ ୧୫୪୩ ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ସହିତ ମୋଟ ସଂକ୍ରମଣ ସଂଖ୍ୟା ୨୯୪୩୫ ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୬୮୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଦେଶର ଆରୋଗ୍ୟ ହାର ୨୩.୩% କୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।
BREAKING NEWS
- Bank unions defer 3-day:ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହାର ; IBA ଏବଂ UFBU ମଧ୍ୟରେ ବୈଠକ ପରେ ନିଷ୍ପତ୍ତି
- ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମାରି ଜାଳିଦେଲେ!
- ମହାନଦୀରେ ବଢୁଛି ବନ୍ୟା ଭୟ: ବଡ଼ମ୍ବା ଭଟ୍ଟାରିକା ପୀଠରେ ୧୬୩ ଧାରା ଲାଗୁ, ମନ୍ଦିର ଛୁଇଁଲା ବନ୍ୟାଜଳ
- ଅତିଭୌତିକ ଗଳ୍ପ‘ଇନ୍ଦ୍ରଜାଲ’ ପୁସ୍ତକ ଉନ୍ମୋଚନ
- ବିବାହର ୪ ବର୍ଷ ପରେ ଜାସ୍ମିନ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀଙ୍କ ସହ ଝଗଡ଼ା ପରେ ବିଷ ପିଇଥିବା ସନ୍ଦେହ
- CM Majhi targets Congress:SIR ଅଭିଯୋଗକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ; କହିଲେ- ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ତ୍ରୁଟି ନାହିଁ
- ନିର୍ଭୟରେ କରନ୍ତୁ ଭଗବଦ୍ ଗୀତା ପାଠ, ବଙ୍ଗଳାରେ ବଦଳିଛି ସ୍ଥିତି: ହିନ୍ଦୁ ବିରୋଧୀଙ୍କୁ ଶୁଭେନ୍ଦୁଙ୍କ ଟାର୍ଗେଟ
- ଦିଲ୍ଲୀରେ ଖରାପ ରାସ୍ତାକୁ ନେଇ ବବାଲ: ଭିଡିଓ କରୁଥିବା ଯୁବକଙ୍କୁ ଥାପ୍ପଡ଼ ମାରିଲେ ମନ୍ତ୍ରୀ ପ୍ରବେଶ ବର୍ମା
- କୋହଲି,ଗିଲ୍ଙ୍କ ଶତକ: ପ୍ରଥମ ଏକଦିବସୀୟରେ ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ବଲିଉଡର ବହୁପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ: ପାର୍ଟ-୧’ର ଫାଷ୍ଟଲୁକ୍ ଆଉଟ୍: ଶ୍ରୀରାମ ବେଶରେ ରଣବୀର, ରାବଣ ସାଜିଲେ ୟଶ

Comments are closed.