Latest Odisha News

BREAKING NEWS

ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ପ୍ଲାଷ୍ଟିକ ମନା

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ଅଣବିଘଟନ ପ୍ଲାଷ୍ଟିକ ମନା । ଛାତ୍ରଛାତ୍ରୀ କିଭଳି ପ୍ଲାଷ୍ଟିକ ବ୍ୟବହାର ନ କରିବେ ସେନେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯିବ । କଲେଜ କ୍ୟାଣ୍ଟିନ୍, ହଷ୍ଟେଲକୁ ଏକକ ବ୍ୟବହାର ପ୍ଲାଷ୍ଟିକ ଆସିବନି । ତେବେ ପ୍ଲାଷ୍ଟିକ ବୋତଲ ବଦଳରେ ଅନ୍ୟ ଧାତୁର ବୋତଲ ବ୍ୟବହାର କରିପାରିବେ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି, କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ କୁହାଯାଇଛି ଯେ, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆମେ ଭାରତକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଏକ ଜନ ଆନ୍ଦୋଳନ ଆରମ୍ଭ କରିବୁ। ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ନାମକ ଜନ ବିପ୍ଳବ ଆରମ୍ଭ ହେବ । ତେଣୁ ଭାରତ ମାତାଙ୍କୁ ପ୍ଲାଷ୍ଟିକ ମୁକ୍ତ କରି ଗାନ୍ଧୀ ଜୟନ୍ତୀ ପାଳନ କରିବାକୁ ସମସ୍ତଙ୍କ ପାଖରେ ନିବେଦନ ।

ଏହାପୂର୍ବରୁ ଏକକ ବ୍ୟବହୃତ ପ୍ଲାଷ୍ଟିକର କ୍ଷତିକାରକ ପ୍ରଭାବ ସମ୍ପର୍କରେ ସଚେତନତା ଅଭିଯାନ ଏବଂ ସଚେତନତା କର୍ମଶାଳା ଆୟୋଜନ ହେବ। ପ୍ଲାଷ୍ଟିକ ବ୍ୟବହାରରୁ ବର୍ତ୍ତିବା ପାଇଁ ପାଣି ୟୁନିଟ୍ ଭଳି ଆବଶ୍ୟକ ବିକଳ୍ପ ସୁବିଧା ସ୍ଥାପନ କରାଯିବ । ପ୍ଲାଷ୍ଟିକର କ୍ଷତିକାରକ ପ୍ରଭାବ ବିଷୟରେ ନିଜ ନିଜ ପରିବାରକୁ ସଚେତନ କରିବା ଏବଂ ନିଜ ପରିବାରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଉତ୍ସାହିତ କରାଯିବ ।

 

Comments are closed.