Latest Odisha News

BREAKING NEWS

ଥଣ୍ଡାର ମୁକାବିଲା ପାଇଁ ମୋଜା ଭିତରେ ଲଙ୍କାଗୁଣ୍ଡ ରଖି ଖେଳିଲେ ଖେଳାଳି

ନୂଆଦିଲ୍ଲୀ: ଆମେରିକାରେ ଖେଳାଯାଉଥିବା ଏନଏଫଏଲ ମ୍ୟାଚ ଅବସରରେ ଏଲଏ ର‌୍ୟାମ୍ସ ଟିମର ଏକ ଟ୍ରିକ ସମସ୍ତଙ୍କୁ ଚକିତ କରିଛି । ପ୍ରବଳ ଥଣ୍ଡା ଯୋଗୁ ଏହି ଟିମର ଖେଳାଳିମାନେ ସ୍ୱାଭାବିକ ପ୍ରଦର୍ଶନ କରିପାରୁ ନ ଥିଲେ । ସେମାନେ ପ୍ରାୟତଃ ଗରମ ଜଳବାୟୁରୁ ଖେଳୁଥିବାରୁ ଏଠାରେ ଥରୁଥିବ ଦେଖିବାକୁ ମିଳିଥିଲା । ଏହା ପରେ ଟିମ ଏକ ଚମତ୍କାର ଟ୍ରିକ ଆପଣାଇଥିଲେ । ଖେଳାଳିମାନେ ସେମାନଙ୍କ ମୋଜା ମଧ୍ୟରେ ଲଙ୍କା ଗୁଣ୍ଡ ରଖିଥିଲେ । ଏହା ତାଙ୍କୁ ଗରମ ପ୍ରଦାନ କରିଥିଲା ।

ଓଭରଟାଇମରେ ଏଲଏ ର‌୍ୟାମ୍ସ ଚମତ୍କାର ପ୍ରଦର୍ଶନ କରି ମ୍ୟାଚରେ ବିଜୟ ହାସଲ କରିଥିଲା । ଲଙ୍କା ମଧ୍ୟରେ ଥିବା କ୍ୟାପ୍ସଇସିନ ନାମକ କମ୍ପାଉଣ୍ଡ ଶରୀର ସମ୍ପର୍କରେ ଆସିଲେ ଏହା ରକ୍ତ ପ୍ରବାହ ବୃଦ୍ଧି କରିଥାଏ । ଯାହା ଫଳରେ ଶରୀରରେ ରକ୍ତ ସଂଚାଳନ ସନ୍ତୁଳିତ ରହିଥାଏ । କେତେକ ଗବେଷକ କହିଛନ୍ତି ଯେ, ନିୟମିତ ଲଙ୍କା ଖାଉଥିବା ବ୍ୟକ୍ତିଙ୍କ ଶରୀରର ଓଜନକୁ ଏହା ନିୟନ୍ତ୍ରଣ ରଖିଥାଏ ।

Leave A Reply

Your email address will not be published.