Latest Odisha News

BREAKING NEWS

ଏବି ଡିଭିଲର୍ସଙ୍କୁ ହଠାତ ସାହାଯ୍ୟ ମାଗିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଭାରତୀୟ ଟି୨୦ କ୍ରିକେଟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବ୍ୟସ୍ତ ଅଛନ୍ତି । ୫ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିରେ ରହିଛି । ଇତି ମଧ୍ୟରେ ହଠାତ ସୂର୍ଯ୍ୟକୁମାର ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ ସାହାଯ୍ୟ ମାଗିଛନ୍ତି । ସେ କହିଛନ୍ତି ମୁଁ ଦିନିକିଆ କ୍ରିକେଟ ଖେଳିବାକୁ ଚାହୁଁଛି । ଟି୨୦ ଏବଂ ଦିିନିକିଆ କ୍ରିକେଟରେ କିପରି ଭଲ ସନ୍ତୁଳନ ରଖାଯିବ ତାହା ଠିକ ଭାବେ ଧରି ପାରୁନି । ଡିଭିଲର୍ସ ମୋ ନଜରରେ ଏକମାତ୍ର ଖେଳାଳି ଯିଏକି ୩ଟି ଯାକ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରୁଥିଲେ । ମୋତେ ତାଙ୍କ ସାହାଯ୍ୟ ଦରକାର ।

ଟି୨୦କୁ ଦିନିକିଆ କିମ୍ବା ଦିନିକିଆକୁ ଟି୨୦ ଶୈଳୀରେ ଖେଳା ଯାଇପାରିବ ନାହିଁ । ଏବି ଆପଣ ମୋ ଅନୁରୋଧ ଶୁଣି ପାରୁଛନ୍ତି ତ ? ଆଗାମୀ ୩ରୁ୪ ବର୍ଷ ମୋ କ୍ରିକେଟ କ୍ୟାରିୟର ପାଇଁ ବେଶ ଜରୁରୀ । ମୋ ସହିତ ସମ୍ପର୍କ କରନ୍ତୁ । ମୁଁ ଦିନିକିଆ କ୍ରିକେଟ ଖେଳିବାକୁ ଚାହୁଁଛି ବୋଲି ସୂର୍ଯ୍ୟକୁମାର କହିଛନ୍ତି । ୨୦୨୧ରେ ସେ ଆନ୍ତର୍ଜାତୀୟ ଦିନିକିଆରେ ପଦାର୍ପଣ କରିଥିଲେ । ୨୦୨୩ ବିଶ୍ୱକପ ଫାଇନାଲ ପରଠାରୁ ସେ ଆଉ ଦିନିକିଆ ମ୍ୟାଚ ଖେଳି ନାହାନ୍ତି । ଏବେ ସେ କେବଳ ଟି୨୦ ଫର୍ମାଟରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ।

Comments are closed.