Latest Odisha News

ଯୁକ୍ତ ୩ ନାମଲେଖା: ଅନଲାଇନ୍ ଫର୍ମପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଯୁକ୍ତ ୩ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଯୁକ୍ତ ତିନି ଅନଲାଇନ ଆଡମିଶନ ପାଇଁ ପ୍ରକାଶ ପାଇଲା ତାରିଖ । ଛାତ୍ରଛାତ୍ରୀ  ଜୁନ୍ ୧୯ରୁ ଜୁଲାଇ ୪ ଯାଏଁ ଅନଲାଇନ୍ ଆବେଦନ କରିପାରିବେ । ଜୁଲାଇ ୪ ତାରିଖ ଯାଏଁ ଚାଲିବ ଅନଲାଇନ୍ ଫର୍ମପୂରଣ ।

ଜୁଲାଇ ୧୪ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ଜୁଲାଇ ୨୭ରେ ଦ୍ୱିତୀୟ ପର୍ଯ୍ୟାୟ ଓ  ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସେହିପରି ସେପ୍ଟେମ୍ବର ୧ରେ ପଞ୍ଚମ ଓ ସେପ୍ଟେମ୍ବର ୧୩ରେ ଷଷ୍ଠ ମେଧା ତାଲିକା ପ୍ରକାଶ ପାଇବ ।ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯୁକ୍ତ ତିନିରେ ଆଡମିଶନ ପାଇଁ ଛାତ୍ରଛାତ୍ରୀ ସାମସ୍‌ ପୋର୍ଟାଲରେ  ଆବେଦନ କରିପାରିବେ  ।  ଜୁଲାଇ ୪ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ  samsodisha.gov.in ରେ ଆବେଦନ କରିପାରିବେ  ।

Comments are closed.