ଆସନ୍ତା ୧୨ ତାରିଖରୁ +୨ରେ ନାମଲେଖା ପାଇଁ ଆବେଦନ
ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ନାମଲେଖା ପ୍ରକ୍ରିୟା । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ହେବ ବିଜ୍ଞପ୍ତି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି । ୧୨ ତାରିଖରୁ ଛାତ୍ରଛାତ୍ରୀ SAMS ପୋର୍ଟାଲରେ ନାମଲେଖା ପାଇଁ ଆବେଦନ କରିପାରିବେ । କରୋନା ଯୋଗୁ ଆଡମିସନ ଫି ବୃଦ୍ଧି ହେବ ନାହିଁ ।
ଚଳିତବର୍ଷ ଯୁକ୍ତ ଦୁଇରେ ମୋଟ୍ ୫୪ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଛି । ୭୨ ହଜାର ସିଟ ବୃଦ୍ଧି ପାଇଁ ଆବେଦନ ହୋଇଥିଲା । କଳାରେ ସିଟ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା । ୩୮ହଜାର ସିଟ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି ।
ସେହିଭଳି ବିଜ୍ଞାନରେ ୨୫ ହଜାର ଆବେଦନରୁ ୧୩ ହଜାର ସିଟ୍ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି । ବାଣିଜ୍ୟରେ ୪ ହଜାର ସିଟ୍ ବୃଦ୍ଧି ଆବେଦନ ଆସିଥିଲା । ସେଥିରୁ ୩ହଜାର ୯୦୦ ସିଟ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି ।
ମାଟ୍ରିକରେ ବିକଳ୍ପ ମୂଲ୍ୟାୟନ ଯୋଗୁ ରାଜ୍ୟରେ ଏବର୍ଷ ଅଧିକ ପିଲା ପାସ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଯୁକ୍ତ ଦୁଇ କଲେଜରେ ସିଟ୍ ସଂଖ୍ୟା ବୃଦ୍ଧି କରିଛନ୍ତି । ଆଡମିସନ ପରେ ଅକ୍ଟୋବରରୁ କ୍ଳାସ ଆରମ୍ଭ ହେବ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଚଳିତ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ।
Comments are closed.