ଭୁବନେଶ୍ୱର: ଆଜି ସରୁଛି ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା। ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଆବେଦନ ଜାରି ରହିବ। ଅନ୍ଲାଇନ୍ ନାମଲେଖା ଆବେଦନ ସରିବା ପରେ ଜୁଲାଇ ୬ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୭ରୁ ୧୩ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ବି ହେବ।
ସେହିପରି ଜୁଲାଇ ୧୯ତାରିଖରେ ଦ୍ୱୀତିୟ ଚୟନ ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଜୁଲାଇ ୨୨ସୁଦ୍ଧା ଶେଷ ହେବ। ଏହାର ନାମଲେଖା ସରିବ। ଜୁଲାଇ ୨୧ରୁ ୨୭ ତାରିଖ ମଧ୍ୟରେ ସ୍ପଟ୍ ଆଡମିଶନ୍ ହେବାକୁ ଥିବା ବେଳେ ଅଗଷ୍ଟ ୧ରୁ ପାଠପଢ଼ା ଆରମ୍ଭ ହେବ ବୋଲି ଗଣଶିକ୍ଷା ବିଭାଗ ସୂଚନା ଦେଇଛି।
ତେବେ ଏଥର ଯୁକ୍ତ ଦୁଇରେ ନାମଲେଖା ପାଇଁ ରାଜ୍ୟରେ ମୋଟ ୫ ଲକ୍ଷ ୩ ହଜାର ୯୪୩ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ସେହିପରି ୪ ଲକ୍ଷ ୬୮ ହଜାର ୭୬୩ ଜଣ ଅନଲାଇନ୍ରେ ଆବେଦନ କରିଛନ୍ତି।
ଏଇ କହି ରଖୁଛୁ ଯେ ଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ୍ରେ ମେ ୨୯ ତାରିଖରୁ ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖରେ ଜୁନ୍ ୨୦ ଥିଲା। ହେଲେ ଅଭିଭାବକ, ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀ ଆବେଦନର ସମୟସୀମା ବୃଦ୍ଧି କରିବାକୁ ଅନୁରୋଧ କରିବାରୁ ତାରିଖକୁ ବଢ଼ାଇ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପରେ ପୁଣିଥରେ ୩୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
Comments are closed.