Latest Odisha News

BREAKING NEWS

ଆଜି ବାହାରିବ ଯୁକ୍ତ ୨ର ପ୍ରଥମ କଟ୍‌ଅଫ୍ ତାଲିକା, ଅଗଷ୍ଟ ୧ରୁ ପାଠପଢା ଆରମ୍ଭ

ଭୁବନେଶ୍ୱର: ଆଜି ପ୍ରକାଶିତ ହେବ ଯୁକ୍ତ ୨ ନାମଲେଖାର ପ୍ରଥମ କଟ୍ଅଫ୍ ତାଲିକା। ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇବ ମେରିଟ ଲିଷ୍ଟ। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୭ ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ୮ ରୁ ୧୪ ହେବ ସ୍ଲାଇଡ୍‌ ଅପ୍‌ ପ୍ରକ୍ରିୟା। ମେ ୨୯ ରୁ ନାମଲେଖା ଆବେଦନ ଆରମ୍ଭ ହୋଇଥିବା ବେଳେ ଜୁନ୍ ୩୦ରୁ ସାମସ୍‌ ପୋର୍ଟାଲରେ ଆବେଦନ ଶେଷ ହୋଇଥିଲା।

ଏହାପରେ ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ ଲିଷ୍ଟ। ଜୁଲାଇ ୨୦ ରୁ ୨୨ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା। ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ସୁଦ୍ଧା ଶେଷ କରାଯିବ। ଅଗଷ୍ଟ ୧ ରୁ ପାଠପଢା ଆରମ୍ଭ ହେବ। ଚଳିତଥର ରାଜ୍ୟରେ ଥିବା ୨୧୫୮ଟି କଲେଜ ପାଇଁ ୫ଲକ୍ଷରୁ ଅଧିକ ସିଟ୍‌ ପାଇଁ ଆବେଦନ କରିଛନ୍ତି ୪ଲକ୍ଷ ୭୨ ହଜାର ୨୭୯ ଛାତ୍ରଛାତ୍ରୀ। ଏଥିରୁ ୪ଲକ୍ଷ ୬୭ ହଜାର ୩୫୮ଜଣ ଅନଲାଇନରେ ଆବେଦନ ଫି ଦାଖଲ କରିଛନ୍ତି।

ପ୍ରତିବର୍ଷ ୩ ପ୍ରତିଶତରୁ ଅଧିକ କଟ୍‌ଅଫ୍ ମାର୍କ ବୃଦ୍ଧି ହେଉଛି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ମାଟ୍ରିକ୍ ପାସହାର ହୋଇଛି। ତେଣୁ ଭଲ କଲେଜରେ ସିଟ୍ ମିଳିବ କି ନାହିଁ ଏନେଇ ଚିନ୍ତାରେ ଛାତ୍ରଛାତ୍ରୀ।

Comments are closed.