Latest Odisha News

ନୂଆ ଭାରତର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବ ବନ ସଂରକ୍ଷଣ ସଂଶୋଧନ ବିଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ଏକ ଆଲେଖ୍ୟ ମାଧ୍ୟମରେ ବନ ସଂରକ୍ଷଣ ସଂଶୋଧନ ବିଲ୍‌, ୨୦୨୩ ଉପରେ ଆଲୋକପାତ କରିଛନ୍ତି। ବନ ସଂରକ୍ଷଣ ସଂଶୋଧନ ବିଲ୍ ନୂଆ ଭାରତର ଆକାଂକ୍ଷାର ଅନୁରୂପ ବୋଲି ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଛନ୍ତି।

ମନ୍ତ୍ରୀ ଲେଖିଛନ୍ତି ଯେ, ଏହି ବିଧେୟକ କିପରି ନୂଆ ଭାରତର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିପାରିବ, ଜଙ୍ଗଲ ବାହାରେ ଥିବା କ୍ଷେତ୍ରର ସବୁଜିମାକରଣ ଏବଂ ଜଙ୍ଗଲକୁ କିପରି ଅଧିକ ଉତ୍ପାଦନକ୍ଷମ କରାଯାଇପାରିବ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି। ବନ ସଂରକ୍ଷଣ ବିଲ୍‌-୨୦୨୩ ଉପରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ଆଲେଖ୍ୟକୁ ସୋସିଆଲ ମିଡିଆରେ ଟ୍ୱିଟ କରାଯାଇଛି।

ସୂଚନା ଥାଉକି, ବନ ସଂରକ୍ଷଣ ସଂଶୋଧନ ବିଲ ଲୋକସଭାରେ ଜୁଲାଇ ୨୭ ତାରିଖରେ ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଅଗଷ୍ଟ ୨ ତାରିଖରେ ପାରିତ ହୋଇଥିଲା। ଏହି ବିଲ୍‌କୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଲୋକସଭାରେ ଆଗତ କରିଥିଲେ। ଏହାକୁ ସଂସଦର ଯୁଗ୍ମ କମିଟି ବିଚାରକୁ ନେବା ପରେ ମନ୍ତ୍ରୀ ବିଲ୍‌କୁ ଅନୁମୋଦନ କରିବାକୁ ଗୃହର ଅନୁମତି ଲୋଡି ଥିଲେ। ବିଲ୍ ଉପରେ ସଦସ୍ୟମାନେ ଆଲୋଚନା କରିବା ପରେ ଏହା ଗୃହୀତ ହୋଇଥିଲା।

ଏହି ସଂଶୋଧିତ ବିଲ୍‌ରେ ଜଙ୍ଗଲର ସଂରକ୍ଷଣ ଓ ସମ୍ବର୍ଦ୍ଦନ ବା ବୃଦ୍ଧି-ଉଭୟକୁ ଗୁରୁତ୍ୱ ଦିଆଯାଇଛି। ଏହା ଫଳରେ ଜଙ୍ଗଲର ଉତ୍ପାଦକତା ବଢିବ, ଜଙ୍ଗଲାଞ୍ଚଳ ବାହାରେ ଲୋକେ ଗଛ ଲଗାଇ କୃତ୍ରିମ ଜଙ୍ଗଲ ସୃଷ୍ଟି କରିପାରିବେ ଏବଂ ଲୋକଙ୍କୁ ଜୀବିକା ଯୋଗାଣ ସହିତ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା ସୁଦୃଢ ହୋଇପାରିବ।

Comments are closed.