Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢ଼ିଲା EPFO ସୁଧ ହାର

ଭୁବନେଶ୍ଵର: କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢ଼ିଲା EPFO ସୁଧହାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଅନୁମୋଦନ ମିଳିଛି । ତେବେ ପିଏଫ୍ ଉପରେ ସୁଧ ହାରକୁ ୮.୧୫ ପ୍ରତିଶତ ବୃଦ୍ଧି କରିବାକୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରଣ କରିଥିଲା କର୍ମଚାରୀ ଭବିଷ୍ୟନିଧି ବୋର୍ଡ ।

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଧାରା ୬୦(୧) ଆଧାରରେ ଗୃହୀତ ହୋଇଛି । EPFOର ସର୍ବୋଚ୍ଚ ନିଷ୍ପତ୍ତି ନେଉଥିବା ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ୨୦୨୨-୨୩ ପାଇଁ କର୍ମଚାରୀମାନଙ୍କୁ ୮.୧୫ ପ୍ରତିଶତ ସୁଧ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି । ଉପଭୋକ୍ତାଙ୍କୁ ନୂଆ ସୁଧହାର ୨୦୨୩ରୁ ମିଳିବ । ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି(CBT)ର ସୁପାରିଶ ପରେ ସୁଧହାର ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ନୋଟିପାଏ କରାଯାଏ । ତାପରେ ଇପିଏଫଓ ଉପଭୋକ୍ତାଙ୍କ ଖାତାରେ ଏହି ସୁଧହାରକୁ ଜମା କରାଯାଏ । ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୨୮ରେ EPFO ସୁଧହାର ୮.୫ ପ୍ରତିଶତ ବଢ଼ାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ବର୍ଷ ୨୦୨୧-୨୨ ପାଇଁ EPFO ଉପରେ ସୁଧହାର ୮.୧ ପ୍ରତିଶତ ରହିଥିଲା ।

Leave A Reply

Your email address will not be published.