ଉଜ୍ଜୈନ: ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିବା ଦେଖାଯାଇଥିଲା।
#WATCH | Ujjain, MP: PM dedicates to the nation Shri Mahakal Lok. Phase I of the project will help in enriching the experience of pilgrims visiting the temple by providing them with world-class modern amenities
Total cost of the entire project is around Rs 850 cr.
(Source: DD) pic.twitter.com/J1UnlU9XLa
— ANI (@ANI) October 11, 2022
ଶ୍ରୀ ମହାକାଳ ଲୋକ କରିଡରରେ ୮୫୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୨.୮ ହେକ୍ଟର ଉପରେ ବିସ୍ତାରିତ ମହାକାଳ ମନ୍ଦିରର ପରିସର ୪୭ହେକ୍ଟର ହୋଇଛି । ଏଥିରେ ୯୪୬ମିଟରର ଲମ୍ବା କରିଡର ରହିଛି, ଯାହା ଉପରେ ଚାଲି ଚାଲି ଭକ୍ତମାନେ ଗର୍ଭଗୃହରେ ପହଞ୍ଚିବେ।
Project aims to decongest the entire area and also put special emphasis on conservation and restoration of heritage structures. Under the project, the temple precinct will be expanded nearly seven times. The total cost of the entire project is around Rs 850 crores.
— ANI (@ANI) October 11, 2022
ମହାକାଳ ଲୋକ କରିଡ଼ରରେ ଭଗବାନ ଶିବଙ୍କ ଲୀଳା ଉପରେ ଆଧାରିତ ଶତାଧିକ ପ୍ରତିମା ସ୍ଥାପନ କରାଯାଇଛି। ୧୦୮ଟି ଭବ୍ୟ ସ୍ତମ୍ଭ ସ୍ଥାପିତ ହୋଇଛି। ସୈାନ୍ଦର୍ଯ୍ୟକରଣ ପାଇଁ ପରିସରରେ ୧୮ଫୁଟର ୮ଟି ବଡ ପ୍ରତିମା ମଧ୍ୟ ସ୍ଥାପନ କରାଯାଇଛି।
#WATCH | PM Modi offers prayers at Mahakal temple in Ujjain, MP. He'll dedicate to the nation, 'Shri Mahakal Lok' this evening.
Under the project, the temple precinct will be expanded nearly seven times. The total cost of the entire project is around Rs 850 cr.
(Source:DD News) pic.twitter.com/ArN3DHJGyI
— ANI (@ANI) October 11, 2022
ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ଉଜ୍ଜୈନରେ ପହଞ୍ଚି ମହାକାଳଙ୍କ ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଥିବା ମହାକାଳ ମନ୍ଦିରରେ ପ୍ରାର୍ଥନା କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ।
Comments are closed.