Latest Odisha News

BREAKING NEWS

ଶପଥ ଗ୍ରହଣ ପୂର୍ବରୁ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ଆଜି ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ତେବେ ଶପଥ ଗ୍ରହଣ ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ପହଞ୍ଚି ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧିସ୍ଥଳରେ ପହଞ୍ଚି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୋଦୀ। ସେଠାରୁ ସିଧାସଳଖ ୱାର ମେମୋରିଆଲରେ ପହଞ୍ଚି ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୋଦୀ। ଏହି ସମୟରେ ତାଙ୍କ ସହ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବିଜେପି ରାଷ୍ଟ୍ର ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ ।

ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ସହ ପଣ୍ଡିତ ନେହେରୁଙ୍କ ସମକକ୍ଷ ହେବେ ମୋଦୀ । ଶପଥ ଗ୍ରହଣ ଉତ୍ସବରେ ୭ ଜଣ ବିଶ୍ବ ନେତାଙ୍କ ସମେତ ୮ ହଜାରରୁ ଅଧିକ ଅତିଥି ମଧ୍ୟ ଯୋଗଦେବେ। ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ, ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ସିସିଲ୍ସ ଉପରାଷ୍ଟ୍ରପତି ଅହମଦ ଅରିଫ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା, ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ, ଭୂଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗେ ସମାରୋହରେ ସାମିଲ ହେବେ। ଅନ୍ୟପଟେ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଭବନ ଅଞ୍ଚଳରେ ପାରାମିଲିଟାରୀ ଫୋର୍ସ ତଥା ଏନଏସଜି କମାଣ୍ଡୋଙ୍କୁ ମୁତୟନ କରାଯାଇଛି। ଏହାସହ ଦିଲ୍ଲୀର କିଛି ଅଞ୍ଚଳକୁ ‘ନୋ ଫ୍ଲାଏ ଜୋନ୍’ ଘୋଷଣା କରାଯାଇ ବିମାନ, ହେଲିକପ୍ଟର, ବେଲୁନ୍‌, ଓ ଡ୍ରୋନ୍‌ ଆଦିର ଉଡ଼ିବା ଉପରେ ରୋକ ଲଗାଯାଇଛି।

Comments are closed.