Latest Odisha News

BREAKING NEWS

ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଥିବା ୧୯ ଛାତ୍ରଛାତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ବାସଭବନରେ ସମସ୍ତଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି। ପୁରସ୍କାର ପ୍ରାପ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ମରଣିକା ପ୍ରଦାନ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି ।

ପିଲାମାନେ ସେମାନଙ୍କର ସଫଳତାର ବିବରଣୀ ମୋଦିଙ୍କ ବାଣ୍ଟିଥିଲେ। ସଂଗୀତ, ସଂସ୍କୃତି, ସୌର ଶକ୍ତି, ବ୍ୟାଡମିଣ୍ଟନ୍, ଚେସ୍ ଭଳି କ୍ରୀଡା ଭଳି ବିଭିନ୍ନ ବିଷୟ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ପିଲାଙ୍କ ସହ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏହି ଯୋଜନାରେ ଲୋକମାନେ କିପରି ଉପକୃତ ହେବେ ସେ ବିଷୟରେ ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ । ମୋଦି ପରକ୍ରାମ ଦିବସ ଏବଂ କିପରି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ କହିଥିଲେ।

ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସମ୍ମାନ ଜନକ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ପୁରସ୍କାର ବଣ୍ଟନ ସମୟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଉପସ୍ଥିତ ଥିଲେ । ସେବା, କ୍ରୀଡା, କଳା, ସଂସ୍କୃତି ଏବଂ ସାହାସିକତା ଭଳି ୬ଟି ବର୍ଗରେ ଉଲ୍ଲେଖନୀୟ ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ବାଲ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ମେଡାଲ ସହ ଛାତ୍ରଛାତ୍ରୀଙ୍କୁ ଅର୍ଥ ରାଶି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ୧୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୦ ଜଣ ପୁଅ ୯ଜଣ ଝିଅ ରହିଛନ୍ତି ।

ଭାରତ ସରକାର କଳା ଓ ସଂସ୍କୃତି, ସାହସିକତା, ଅଭିନବତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସାମାଜିକ ସେବା, କ୍ରୀଡା ଏବଂ ପରିବେଶରେ ସାତୋଟି ବିଭାଗରେ ଅତୁଳନୀୟ ସଫଳତା ପାଇଁ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କର ପ୍ରଦାନ କରୁଛନ୍ତି। ଏଥିରେ ପ୍ରତ୍ୟେକ ପୁରସ୍କାର ପ୍ରାପ୍ତ ଛାତ୍ରଙ୍କୁ ପଦକ, ପ୍ରମାଣପତ୍ର ପ୍ରଦାନ କରାଯାଏ।

 

Leave A Reply

Your email address will not be published.