Latest Odisha News

ପିଏମ୍ ଇଣ୍ଟର୍ନସିପ୍ ସ୍କିମ୍: ଆଉ ମାତ୍ର ୬ ଦିନ, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଦେଶର ଯୁବକଙ୍କ ଭବିଷ୍ୟତରେ ଉନ୍ନତି ଆଣିବା ପାଇଁ ପିଏମ୍ ଇଣ୍ଟର୍ନସିପ୍ ସ୍କିମ୍ ନାମକ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏଥିପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି l ତେବେ ଇଣ୍ଟର୍ନସିପ୍ କରୁଥିବା ଯୁବକମାନେ ମାସକୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବେ ସାରାର l ଏହା ବ୍ୟତୀତ ଇଣ୍ଟର୍ନସିପ୍ ଆରମ୍ଭରେ ଅଗ୍ରୀମ ୬ ହଜାର ଟଙ୍କା ଦେବେ ସରକାର l ତେବେ ନୂଆକରି କ୍ୟାରିୟର ଆରମ୍ଭ କରୁଥିବା ଯୁବକମାନଙ୍କ ପାଇଁ ଏହି ଯୋଜନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଏହି ଯୋଜନା ମାଧ୍ୟମରେ ଆସନ୍ତା ୫ ବର୍ଷରେ ଏକ କୋଟି ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବ l ଏଥିପାଇଁ ମନ୍ତ୍ରଣାଳୟ ଏକ ପୋର୍ଟାଲ ଲଞ୍ଚ କରିଛି। ପ୍ରାର୍ଥୀମାନେ ପିଏମ ଇଣ୍ଟର୍ନସିପ୍ ସ୍କିମ୍‌ର ଅଫିସିଆଲ୍ ୱେବସାଇଟ୍ pminternship.mca.gov.in ମାଧ୍ୟମରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

କିପରି କରିବେ ଆବେଦନ

ଆବେଦନ ପାଇଁ ପ୍ରଥମ ଅଫିସିଆଲ୍ ୱେବସାଇଟ୍ pminternship.mca.gov.in କୁ ଯାଆନ୍ତୁ l ଏବେ ରେଜିଷ୍ଟର୍‌ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ l ଏହାପରେ ଏକ ନୂଆ ପେଜ୍ ଖୋଲିବ l ସେଠାରେ ପଞ୍ଜୀକରଣ ବିବରଣୀ ପୂରଣ କରୀ ସବମିଟ ବଟନ୍ ଉପରେ କ୍ଲିକ୍ କରନ୍ତୁ l ଏବେ ପ୍ରାର୍ଥୀମାନଙ୍କ ଦ୍ୱାରା ଦିଆଯାଇଥିବା ସୂଚନାକୁ ଆଧାର କରି ପୋର୍ଟାଲରେ
ବାୟୋଡାଟା ପ୍ରସ୍ତୁତ ହେବ l ଏହାପରେ ସ୍ଥାନ, କ୍ଷେତ୍ର, କାର୍ଯ୍ୟକ୍ଷମ ଭୂମିକା ଏବଂ ଯୋଗ୍ୟତା ଉପରେ ଆଧାର କରି ୫ ଟି ଇଣ୍ଟର୍ନସିପ୍ ସୁଯୋଗ ପାଇଁ ଆବେଦନ କରନ୍ତୁ। ହୋଇଗଲା ପରେ ସବମିଟ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କ ଆବେଦନ ପେଜ୍ ଡାଉନଲୋଡ୍ କରି ପରବର୍ତ୍ତୀ ଆବଶ୍ୟକତା ପାଇଁ ଏହାର ଏକ ହାର୍ଡ କପି ରଖନ୍ତୁ l

ଯୋଗ୍ୟତା:

ଅନଲାଇନ୍ ପାଠ୍ୟକ୍ରମ କିମ୍ବା ଧନ୍ଦାମୂଳକ ତାଲିମ ଅନୁସରଣ କରୁଥିବା ଛାତ୍ରମାନେ ଏହି ଯୋଜନାରେ ଅଂଶଗ୍ରହଣ କରିପାରିବେ । ସେହିପରି ଯେଉଁମାନଙ୍କ ପରିବାରର ଆୟ ୨୦୨୩-୨୪ ଆର୍ଥିକ ବର୍ଷରେ ୮ ଲକ୍ଷରୁ ଅଧିକ ନ ଥିବ ସେମାନେ ମଧ୍ୟ ଯୋଗ୍ୟ ବିବେଚିତ ହେବେ । ଏହା ବ୍ୟତୀତ ଆବେଦନକାରୀଙ୍କୁ ଚାକିରି ସହିତ ଫୁଲ୍ ଟାଇମ୍ କୋର୍ସ କିମ୍ବା ଇଣ୍ଟର୍ନସିପ୍ କରିବାକୁ ଅନୁମତି ଦିଆଯିବ ନାହିଁ । ଆଇଆଇଟି, ଆଇଆଇଏମ ଓ ଆଇଆଇଏସଇଆର ପରି ପ୍ରତିଷ୍ଠିତ ଅନୁଷ୍ଠାନରୁ ସ୍ନାତକ ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ ନାହିଁ ।

ତେବେ କହିରଖୁଛୁ ଯେ, ୨୪ଟି ସେକ୍ଟରରେ ଇଣ୍ଟର୍ନସିପ୍ କରାଯିବ l ଏବଂ ସାରା ଦେଶରେ ଇଣ୍ଟର୍ନସିପ୍ ସୁଯୋଗ ଦିଆଯିବ। ଏଥିପାଇଁ ବୟସ ସୀମା ୨୧ ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ l ଏହି ଯୋଜନା ଅଧୀନରେ ଯୁବକମାନେ ଦେଶର ଶୀର୍ଷ କମ୍ପାନୀଗୁଡିକରେ ଇଣ୍ଟର୍ନସିପ କରିବାର ସୁଯୋଗ ପାଇବେ ।ଦଶମ କିମ୍ବା ତଦୁର୍ଦ୍ଧ୍ୱ ଅଧ୍ୟୟନ କରିଥିବା ଯୁବକମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ଗତ ଅକ୍ଟୋବର ୧୨ରୁ ଆବେଦନ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଅକ୍ଟୋବର ୨୫ ତାରିଖ ଆବେଦନର ଶେଷ ତାରିଖ l

Leave A Reply

Your email address will not be published.