Latest Odisha News

ଚାଷୀଙ୍କ ପାଇଁ ଖୁସି ଖବର: ସରକାରଙ୍କ ବଡ ନିଷ୍ପତି, ବଢିଲା କୃଷକ ସମ୍ମାନ ନିଧି ରାଶି

ଜୟପୁର: ଚାଷୀଙ୍କ ପାଇଁ ଖୁସି ଖବର । ରାଜସ୍ଥାନ ସରକାରଙ୍କ ବଡ ନିଷ୍ପତି । ବଢିଲା କୃଷକ ସମ୍ମାନ ନିଧି ରାଶି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କିସାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କୁ ମିଳୁଥିବା ରାଶିରେ ୨୦୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ରାଜସ୍ଥାନରେ କିସାନ୍ ସମ୍ମାନ ନିଧି ଯୋଜନା ଅଧିନରେ କୃଷକଙ୍କୁ ୮୦୦୦ ଟଙ୍କା ଦିଆଯିବ । ଖୁବଶୀଘ୍ର ଆଉ କେତେକ ବିଜେପି ଶାସିତ ରାଜ୍ୟରେ ମଧ୍ୟ ସମାନ ଘୋଷଣା କରାଯିବାର ସମ୍ଭାବନା ରହିଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଦେଇଥିବା ପ୍ରତିଶ୍ରୁତି ଏବେ ପୂରଣ ହେଉଛି। ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ଗୋଟିଏ ଦିନ ପୂର୍ବରୁ ଏହି ବଡ ଘୋଷଣା କରାଯାଇଛି । ଏନଡିଏକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ସରକାର ଗଠନ ପାଇଁ ସମସ୍ତ ମେଣ୍ଟ ଦଳର ସମର୍ଥନ ମିଳିଥିଲା । ନରେନ୍ଦ୍ର ମୋଦୀ ରବିବାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।

ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, କୃଷକମାନଙ୍କର ସାମଗ୍ରିକ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କୁ ମିଳୁଥିବା ରାଶିରେ ୨୦୦୦ ଟଙ୍କା ବୃଦ୍ଧି କରିଛନ୍ତି । କୋଷକଙ୍କୁ ମିଳୁଥିବା ଏହି ରାଶି ବର୍ତ୍ତମାନ ୬ ହଜାରରୁ ବଢି ୮ ହଜାର ଟଙ୍କା ହୋଇଛି । କୃଷକ ମାନଙ୍କ ହିତରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି । ଏହି ଅତିରିକ୍ତ ଅର୍ଥରୁ କୃଷକମାନେ ସହାୟତା ପାଇବେ । ମୋଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷକମାନଙ୍କୁ ଆଗକୁ ନେବା ପାଇଁ ସରକାର ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.