ମୁମ୍ବାଇ: ଅବସର ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି। ଶିବ ସେନା (ୟୁବିଟି) ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବସର ବିଷୟରେ ଭବିଷ୍ଯବାଣୀ କରିଛନ୍ତି।
ନାଗପୁରର ଆରଏସଏସ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ମଧ୍ୟରେ ହୋଇଥିବା ବୈଠକ ଉପରେ ମତ ଦେଇ ସଞ୍ଜୟ ରାଉତ କହିଛନ୍ତି ଯେ ନରେନ୍ଦ୍ର ମୋଦି ସେପ୍ଟେମ୍ବରରେ ଅବସର ନେବେ। ପ୍ରଧାନମନ୍ତ୍ରୀ ମୋଦି ଗତ ୧୦-୧୧ ବର୍ଷ ମଧ୍ୟରେ ଆରଏସଏସ ମୁଖ୍ୟାଳୟ ଯାଇନଥିଲେ। ଆଉ ଏବେ ସେ ମୋହନ ଭାଗବତଙ୍କୁ ବିଦାୟ ଦେବାକୁ ସେଠାକୁ ଯାଇଥିଲେ।
ଆରଏସଏସ ମଧ୍ୟ ଦେଶର ନେତୃତ୍ୱ ପରିବର୍ତ୍ତନ ଚାହୁଁଛି, ତେଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡକାଯାଇଥିଲା ବୋଲି ସେ ବଡ଼ ଦାବି କରିଛନ୍ତି।
ତେବେ ରାଜନୀତିର ଇତିହାସ ଦେଖିଲେ ଏହା ଦ୍ୱିତୀୟ ଥର ଅଟେ। ଯେତେବେଳେ ଜଣେ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବୋ ଆରଏସ୍ଏସ୍ ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ତେବେ ଏହା ପୂର୍ବରୁ ଅଟଳ ବିହରୀ ବାଜପେୟୀ ୨୦୦୦ ମସିହାରେ ନାଗପୁର ଗସ୍ତରେ ଯାଇ ଆରଏସ୍ଏସ୍ ମୁଖ୍ୟାଳୟ ପରିଦର୍ଶନ କରିଥିଲେ।
Comments are closed.