Latest Odisha News

BREAKING NEWS

ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, ହେବ ଇଟାଲୀ ଭାରତ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ  ଗୁରୁବାର ରାତିରେ ଇଟାଲୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ବର୍ଷର ଜି-୭ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରୁଛି ଇଟାଲୀ। ଇଟାଲୀର ଅପୁଲିଆରେ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଜି-୭ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି।ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନିଙ୍କ ନିମନ୍ତ୍ରଣରେ ଇଟାଲୀ ଜି-୭ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏହା ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ । ଏହି ଗସ୍ତରେ ମୋଦି ପ୍ରଧାନମନ୍ତ୍ରୀ ମିଲୋନିଙ୍କ ସହ ଭାରତ ଓ ଇଟାଲୀକୁ ନେଇ ଦ୍ବିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଉଭୟ ନେତାଙ୍କ ମଧ୍ୟରେ ଏହି ଆଲୋଚନାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଶକ୍ତି, ଆଫ୍ରିକା ଏବଂ ଭୂମଧ୍ୟ ସାଗର ଅଂଚଳରେ ସହଯୋଗ,ଇତ୍ୟାଦି ପ୍ରସଙ୍ଗ ଫୋକସରେ ରହିପାରେ । ଏଥିସହ ଜି-୭ ସମ୍ମିଳନୀରେ ଯୋଗ ଦେଇ, ଏହାର ସଦସ୍ୟ ରାଷ୍ଟ୍ର ମୁଖ୍ୟଙ୍କ ସହ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିପାରନ୍ତି ମୋଦୀ । ଏଥିରେ ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଇଟାଲୀ,ଜର୍ମାନୀ, କାନାଡା ଏବଂ ଜାପାନ୍ ସଦସ୍ୟ ରାଷ୍ଟ୍ର ରହିଛନ୍ତି।

Leave A Reply

Your email address will not be published.