Latest Odisha News

ସ୍ୱଚ୍ଛ ଭାରତ ଅଭିଯାନ ନିଶ୍ଚିତ ଭାବରେ ସ୍ମରଣୀୟ ହୋଇ ରହିବ: ମୋଦୀ

ନୂଆଦିଲ୍ଲୀ: ସ୍ବଚ୍ଛ ଭାରତ ଅଭିଯାନକୁ ପୂରିଛି ୧୦ବର୍ଷ । ଦେଶବାସୀଙ୍କ ସହଯୋଗରେ ହିଁ ସ୍ବଚ୍ଛତା ଅଭିଯାନକୁ ୧୦ ବର୍ଷ ପୂରିଲା ବୋଲି ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଗତ ଦିନର ଏହି ସ୍ୱଚ୍ଛ ଭାରତ ମିଶନ ସର୍ବଦା ସ୍ମରଣୀୟ ହୋଇ ରହିବ । ଦେଶବାସୀଙ୍କ ସହଯୋଗରେ ଏହି ସ୍ବଚ୍ଛତା ଅଭିଯାନକୁ ଆଜି ୧୦ ବର୍ଷ ପୂରିଛି । ସ୍ୱଚ୍ଛତା ପ୍ରତି ପ୍ରତିଶ୍ରୁତିବଦ୍ଧ ହୋଇ ତାହାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱଚ୍ଛ ଭାରତ ହାସଲ ପାଇଁ ନିରନ୍ତର ପ୍ରୟାସ ଜରୁରୀ । ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିଥିବାରୁ ୧୪୦ କୋଟି ଭାରତୀୟଙ୍କ ଦୃଢ଼ ମନୋବଳକୁ ସେ ପ୍ରଶଂସା କରିବା ସହ ସ୍ୱଚ୍ଛ ଭାରତ ଅଭିଯାନର ସଫଳତାରେ ସମସ୍ତଙ୍କ ଅବଦାନ ରହିଛି । ଆଜି ବିବାହ, ବ୍ରତଘର କାର୍ଯ୍ୟକ୍ରମରେ ସ୍ୱଚ୍ଛତାର ବାର୍ତ୍ତା ଦେଖିବାକୁ ମିଳିଛି। ପ୍ଲାଷ୍ଟିକ୍‌‌ ବନ୍ଦ କରିବା ଅଭିଯାନରେ ଜନସାଧାରଣଙ୍କ ସହଯୋଗ ଅତୁଳନୀୟ ହୋଇଛି। ପ୍ଲାଷ୍ଟିକ୍‌‌ ବଦଳରେ ଝୋଟ ବ୍ୟାଗ୍‌‌ ଓ କାଗଜ ବ୍ୟାଗ୍‌‌ ପ୍ରସ୍ତୁତ କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ମୋଦୀ।

ଆଜିଠାରୁ ହଜାରେ ବର୍ଷ ପରେ ମଧ୍ୟ ଯେତେବେଳେ ଏକବିଂଶ ଶତାବ୍ଦୀର ଭାରତକୁ ଅଧୟନ କରାଯିବ, ସ୍ୱଚ୍ଛ ଭାରତ ଅଭିଯାନ ନିଶ୍ଚିତ ଭାବରେ ସ୍ମରଣୀୟ ହେବ ବୋଲି କହିଛନ୍ତି ମୋଦୀ । ସ୍ୱଚ୍ଛ ଭାରତ ମିଶନ ହେଉଛି ଚଳିତ ଶତାବ୍ଦୀର ବିଶ୍ୱର ସର୍ବବୃହତ୍ ଏବଂ ସଫଳ ଜନଭାଗିଦାରୀ, ଜନନେତୃତ୍ୱାଧୀନ’ ଜନ ଆନ୍ଦୋଳନ ବୋଲି କହିଥିଲେ ମୋଦୀ ।

Leave A Reply

Your email address will not be published.