Latest Odisha News

BREAKING NEWS

କର୍ଣ୍ଣାଟକ ନିର୍ବାଚନ: ମୋଦିଙ୍କ ପ୍ରଚାରରେ ଏଣ୍ଟ୍ରି ମାରିଲା ‘ ଦ କେରଳ ଷ୍ଟୋରୀ’

ବେଙ୍ଗାଲୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରରେ ଯାଇ ବିଲ୍ଲାରୀରେ ପହଞ୍ଚିଛନ୍ତି । କର୍ଣ୍ଣାଟକ ନିର୍ବାଚନରେ କହିଛନ୍ତି କେରଳ ଷ୍ଟୋରୀ । ନିର୍ବାଚନ ପ୍ରଚାରରେ ଫିଲ୍ମ କେରଳ ଷ୍ଟୋରି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  ଫିଲ୍ମ କେରଳ ଷ୍ଟୋରୀ କଥା କହି କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ବର୍ଷ ହେବ ଆତଙ୍କବାଦର ଆଉ ଏକ ଭୟାନକ ରୂପ ଦେଖିବାକୁ ମିଳିଛି । ବୋମା, ବନ୍ଧୁକ, ପିସ୍ତଲର ଶବ୍ଦ ତ ଶୁଣିବାକୁ ମିଳେ । ହେଲେ ସମାଜକୁ ଭିତରୁ ଭିତରୁ ନଷ୍ଟ କରୁଥିବା ଆତଙ୍କୀ ଷଡଯନ୍ତ୍ରର କୌଣସି ଆବାଜ ଶୁଣିବାକୁ ମିଳେନି । ଏମିତି ଏକ ଆତଙ୍କୀ ଷଡଯନ୍ତ୍ରକୁ ନେଇ ତିଆରି ହୋଇଛି ଦ କେରଳ ଷ୍ଟୋରୀ । ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା । କୁହାଯାଉଛି, କେରଳ ଷ୍ଟୋରୀ କେବଳ ଗୋଟିଏ ରାଜ୍ୟରେ ଦେଖା ଦେଇଥିବା ଆତଙ୍କୀ ଅତ୍ୟାଚାର ଉପରେ ଆଧାରିତ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ମୋତେ ଏହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି, ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ ଆତଙ୍କବାଦ ସାମ୍ନାରେ ମୁଣ୍ଡ ନୁଆଁଇ ଦେଇଛି । ଏମିତି ଏକ ଦଳ କେବେ କର୍ଣ୍ଣାଟକକୁ ସୁରକ୍ଷା ଦେଇ ପାରିବ ? ଆତଙ୍କ ମଧ୍ୟରେ ଏଠିକାର ଉଦ୍ୟୋଗ, ଆଇଟି ଇଣ୍ଡଷ୍ଟ୍ରୀ, ଚାଷ, ଚାଷୀ ଏବଂ ଏଠିକାର ଗୌରବମୟ ସଂସ୍କୃତି ।

ସେ କହିଛନ୍ତି, କର୍ଣ୍ଣାଟକକୁ ଦେଶର ଏକ ନମ୍ବର ରାଜ୍ୟ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥାର ଯେତିକି ଆବଶ୍ୟକତା  ରହିଛି, ଆତଙ୍କବାଦଠାରୁ କର୍ଣ୍ଣାଟକ ଦୂରରେ ରହିବା ବି ସେତିକି ଆବଶ୍ୟକତା ଅଛି । ବିଜେପି ସବୁବେଳେ ଆତଙ୍କବାଦୀ ବିରୋଧରେ କଠୋର ମନୋଭାବ ରଖି ଆସିଛି । ଯେତେବେଳେ ବି ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ କଂଗ୍ରେସ ଯନ୍ତ୍ରଣା ଅନୁଭବ କରେ ।

କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, କଂଗ୍ରେସ ଘୋଷଣାପତ୍ରରେ ଅନେକ ମିଛ ପ୍ରତିଶ୍ରୁତି ଦେଇଛି । ଏହି ଘୋଷଣାପତ୍ର ଏକ ତୁଷ୍ଟିକରଣର ବଣ୍ଡଲ । କଂଗ୍ରେସ ଏବେ ଭୟଭୀତ ହୋଇପଡିଛି । ସେଥିପାଇଁ ଜୟ ବଜରଙ୍ଗବାଲି କହିଲେ ବି ସେ ବିରୋଧ କରୁଛି ।

Comments are closed.