ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଦେଶର ସର୍ବୋଚ୍ଚ ସମ୍ମାନ। ପପୁଆ ନ୍ୟୁଗିନି ଓ ଫିଜି ନିଜ ଦେଶର ସର୍ବୋଚ୍ଚ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରିଛନ୍ତି। ଫିଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ “କମ୍ପାନିୟନ ଅଫ୍ ଦ ଅର୍ଡର ଅଫ୍ ଫିଜି” ସମ୍ମାନରେ ସମ୍ମାନିତ କରିଥିବା ବେଳେ ପପୁ ନ୍ୟୁଗିନି ପକ୍ଷରୁ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ ‘ଦ ଗ୍ରାଣ୍ଡ କମ୍ପାନିୟନ ଅଫ୍ ଦ ଅର୍ଡର ଅପ୍ ଲୋଗୋହୁ’ରେ ସମ୍ମାନିତ କରାଯାଇଛି।
Papua New Guinea has conferred the Companion of the Order of Logohu on PM @narendramodi. It was presented to him by Papua New Guinea Governor General Sir Bob Dadae. pic.twitter.com/0Xki0ibW8D
— PMO India (@PMOIndia) May 22, 2023
ପପୁଆ ନ୍ୟୁଗିନିରେ ଚାଲିଥିବା FIPIC(ଫୋରମ ଫର ଇଣ୍ଡିଆ ସ୍ପେଶିଫିକ୍ ଆଇସଲାଣ୍ଡ କୋଅପରେସନ) ସମାରୋହରେ ଫିଜି ପ୍ରଧାନମନ୍ତ୍ରୀ ସିତିବେଣୀ ରାବୁକା ଯୋଗ ଦେଇ ମୋଦୀଙ୍କୁ ସମ୍ମାନିତ କରିଥିଲେ। ରାବୁକା ମୋଦୀଙ୍କୁ କମ୍ପାନିୟନ ଅଫ୍ ଦ ଅର୍ଡର ଅଫ୍ ଫିଜିର ଏକ ମେଡାଲ ପିନ୍ଧାଇଥିଲେ। ଫିଜି ପୁରସ୍କାର ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଏହି ସମ୍ମାନ ମୋର ନୁହେଁ। ୧୪୦ କୋଟି ଭାରତୀୟଙ୍କର।
PM @narendramodi has been conferred the highest honour of Fiji, the Companion of the Order of Fiji. It was presented to him by PM @slrabuka. pic.twitter.com/XojxUIKLNm
— PMO India (@PMOIndia) May 22, 2023
ଫିଜି ପୁରସ୍କାର ପୂର୍ବରୁ ପପୁଆ ନ୍ୟୁଗିନିର ଗଭର୍ଣ୍ଣର ବବ ଡାଡାଏ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଦେଶର ସର୍ବୋଚ୍ଚ ସମ୍ମାନ ଦ ଗ୍ରାଣ୍ଡ କମ୍ପାନିୟନ ଅଫ୍ ଦ ଅର୍ଡର ଅପ୍ ଲୋଗୋହୁ’ରେ ସମ୍ମାନିତ କରିଥିଲେ। ଏନେଇ ମୋଦୀ ଟ୍ୱିଟ୍ କରି ସୂଚନା ଦେଇଥିଲେ।
Comments are closed.