Latest Odisha News

BREAKING NEWS

ଆଦିତ୍ୟ ଏଲ-୧ର ସଫଳ ଲଞ୍ଚିଂ ପରେ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟପତି

ବାଙ୍ଗାଲୋର:ସଫଳତାର ସହ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଛି ଆଦିତ୍ୟ ଏଲ-୧ । ପିଏସଏଲଭି-ସିଏସ୫୭ ରକେଟରେ ଲଞ୍ଚ ହେବାପରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସୂର୍ଯ୍ୟଯାନକୁ  ୪ ମାସ ସମୟ ଲାଗିବ । ଏହି ସୂଚନା ଇସ୍ରୋ ମୁଖ୍ୟ  ସୂଚନା ଦେବା ପରେ ସାରା ଦେଶରେ ଖୁସିର ଲହରୀ ।

ଆଦିତ୍ୟ ଏଲ ୧ର ସଫଳ ଲଞ୍ଚିଂ ପରେ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ସାରା ବିଶ୍ୱର ମଙ୍ଗଳ ପାଇଁ ବିଶ୍ୱ ବ୍ରହ୍ମାଣ୍ଡକୁ ବୁଝିବା ଲାଗି ଭାରତ ତାର ଉଦ୍ୟମ ଜାରି ରଖିବ ।‘

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଚନ୍ଦ୍ର ଅଭିଯାନ ଭାରତର ମହାକାଶ ଯୋଜନାକୁ ଏକ ନୂତନ ଦିଗଦର୍ଶନ ଦେଇଛି । ଚନ୍ଦ୍ରଯାନ ସଫଳତା ପରେ ଭାରତ ତାର ମହାକାଶଯାତ୍ରା ଜାରି ରଖିଛି । ଆଦିତ୍ୟ ଏଲ-୧ର ସଫଳ ଲଞ୍ଚିଂ ପାଇଁ ଆମ ଇଞ୍ଜିନିୟର ଓ ବୈଜ୍ଞାନିକଙ୍କୁ ଅଶେଷ ଧନ୍ୟବାଦ ।

ଶ୍ରୀହରିକୋଟାର ଲଞ୍ଚିଂ ସେଣ୍ଟରରୁ ସେପ୍ଟେମ୍ବର ୨  ତାରିଖ ୧୧ଟା ୫୦ରେ ଆଦିତ୍ୟ ଏଲ-୧କୁ ସୂର୍ଯ୍ୟ ଅଭିମୁଖେ ପ୍ରେରଣ କରିଛି ଇସ୍ରୋ । ପିଏସଏଲଭି-ଏକ୍ସଏଲ ରକେଟ ଆଦିତ୍ୟ ଏଲ ୧କୁ ନେଇ ମହାକାଶକୁ ଯାଇଛି । ଆଦିତ୍ୟ ଏଲ ୧ ଅନ୍ତରୀକ୍ଷ ଯାନ ପୃଥିବୀ ଏବଂ ସୂ୍ର୍ଯ୍ୟ ମଝିରେ ଏକ ନିର୍ଦ୍ଧିଷ୍ଟ ଦୂରତାରେ ଏଲ-୧ ପଏଣ୍ଟରେ ଏହାକୁ ରଖିବ । ୧୨୭ ଦିନ ପରେ ଏହା ଏଲ- ୧ ପଏଣ୍ଟରେ ପହଞ୍ଚିବ । ଏହି ପଏଣ୍ଟରେ ପହଞ୍ଚିବା ପରେ ଆଦିତ୍ୟ ଏଲ-୧ ତାର ଡାଟା ପଠାଇବା ଆରମ୍ଭ କରିବ ।

Comments are closed.