ଲଣ୍ଡନ: ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଆସନ୍ତା ଅକ୍ଟୋବର ୨୮ ତାରିଖରେ ଶପଥ ନେବେ ସୁନକ । ୨୯ ତାରିଖରେ ଗଠନ କରିବେ ନୂତନ କ୍ୟାବିନେଟ୍ । ଲିଜ୍ ଟ୍ରସ୍ ଇସ୍ତଫା ଦେବାପରେ କଞ୍ଜରଭେଟିଭ୍ ପାର୍ଟିର ଅଧିକାଂଶ ସାଂସଦ ତାଙ୍କୁ ନେତା ଭାବେ ସମର୍ଥନ କରିବା ପରେ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଶ୍ବର ଅଧିକାଂଶ ନେତା ସୁନକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
PM Modi congratulates Rishi Sunak on becoming UK Prime Minister
Read @ANI Story | https://t.co/hTAnx59oW8
#PMModi #RishiSunak #NewUKPM pic.twitter.com/62YYr7GB3F— ANI Digital (@ani_digital) October 24, 2022
ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ବେଳେ ସେ କହିଛନ୍ତି । ବ୍ରିଟେନ ଏକ ମହାନ ଦେଶ । କିନ୍ତୁ ଆମେ ଅର୍ଥନୀତିକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛୁ । ଏଥିରେ ସ୍ଥିରତା ଆଣିବାକୁ ମୁଁ ପ୍ରାଥମିକତା ଦେଇ କାର୍ଯ୍ୟ କରିବି । ଆମେ ଏକତ୍ର ହୋଇ ଅର୍ଥନୀତିରେ ସ୍ଥିତର ଆଣିପାରିବା ବୋଲି ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ।
UK is a great country but we face a profound economic challenge. We now need stability&unity & I'll make it my utmost priority to bring our party&country together as that's the only way we'll overcome challenges &build a better future for our children & grandchildren: #RishiSunak pic.twitter.com/8MNqU1wroo
— ANI (@ANI) October 24, 2022
ସାଂସଦମାନେ ତାଙ୍କୁ ସମର୍ଥନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Humbled & honoured to have support of my Parliamentary colleagues & to be elected as Leader of the Conservative & Unionist Party. It is the greatest privilege of my life to be able to serve the party I love & give back to the country I owe so much to: UK PM-designate #RishiSunak pic.twitter.com/amku6WDTfl
— ANI (@ANI) October 24, 2022
#CORRECTION | The visuals are from the Conservative Party Headquarters and not 10 Downing Street in London, as reported earlier. The UK PM-designate #RishiSunak arrived at the Conservative Party Headquarters. https://t.co/LccxMoO3bS
— ANI (@ANI) October 24, 2022
ବିଟ୍ରେନରେ ଟ୍ରସ୍ଙ୍କ ଆର୍ଥିକ ନୀତି ବ୍ରିଟେନକୁ କ୍ଷତି ପହଞ୍ଚାଇବା ପରେ ଦଳର ସାଂସଦ ଏବଂ ବିରୋଧୀ ଦଳର ସାଂସଦମାନେ ତାଙ୍କ ଇସ୍ତଫା ଦାବି କରିଥିଲେ । ଗତ ଦୁଇ ଦିନ ତଳେ ଅଚାନକ ଟ୍ରସ ଇସ୍ତଫା ଦେଇଥିଲେ । ସେହିପରି ପୂର୍ବରୁ ଜୁଲାଇ ୭ରେ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପରେ ଦଳର ନେତା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ ଲିଜ୍ ଟ୍ରସ୍ ଏବଂ ଋଷି ସୁନକ । ନିର୍ବାଚନରେ ଲିଜ୍ ଟ୍ରସଙ୍କୁ ଅଧିକା ଭୋଟ ମିଳିବାରୁ ସେ ଦଳର ନେତା ହେବା ସହ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ଟ୍ରସ ଇସ୍ତଫା ଦେବା ପରେ ସୁନକ ପୁଣି ଦଳର ନେତା ହେବା ପାଇଁ ଘୋଷଣା କରିଥିଲେ । କୁହାଯାଉଥିଲା ଜନସନ ପୁଣି ନେତା ହେବାକୁ ଚାହୁଁଛନ୍ତି ପରେ ସେ ଏହାକୁ ଅଗ୍ରାହ୍ୟ କରିଥିଲେ ।
ସୂଚନାଯୋଗ୍ୟ ୧୯୮୦ ମସିହା ମେ ୧୨ରେ ଇଂଲଣ୍ଡର ସାଉଥମ୍ପଟନ୍ ଋଷି ସୁନକଙ୍କ ଜନ୍ମ ହୋଇଥିଲେ । ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ଏହି ପଦବୀ ହାସଲ କରିଛନ୍ତି। ସେ ଇନ୍ଫୋସିସର ସହପ୍ରତିଷ୍ଠାତା ନାରାଣୟ ମୂର୍ତ୍ତିଙ୍କ ଝିଅ ଅକ୍ଷତାଙ୍କୁ ବିବାହ କରିଛନ୍ତି। ଋଷି ଓ ଅକ୍ଷତା ୨୦୦୯ରେ ବିବାହ କରିଥିଲେ। ଏହି ଦମ୍ପତିଙ୍କ ଦୁଇଜଣ ଝିଅ ଅଛନ୍ତି। ଦୁଇଝିଅଙ୍କ ନାମ କୃଷ୍ଣା ଓ ଅନୁଷ୍କା।
ସୁନକଙ୍କ ପିତାମାତା ପଞ୍ଜାବରେ ରହୁଥିଲେ । ପରେ ସେମାନେ ବିଦେଶରେ ଯାଇ ବ୍ରିଟେନରେ ବସବାସ କରିଥିଲେ। ଋଷିଙ୍କ ଜନ୍ମ ବ୍ରିଟେନର ହାମ୍ପସାୟାରରେ ହୋଇଥିଲ। ଋଷି ଆମେରିକାର ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ଏମବିଏ କରିଛନ୍ତି। ସେ ଅକ୍ସଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ରାଜନୀତି, ଦର୍ଶନ ଓ ଅର୍ଥଶାସ୍ତ୍ର ପଢିଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ସେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ । ତାଙ୍କ ମା ଜଣେ ଫାର୍ମାସିଷ୍ଟ ଥିଲେ, ଋଷିଙ୍କ ବାପା ଅକ୍ସଫୋର୍ଡ୍ ଓ ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ସ୍ନାତକ କରିଛନ୍ତି।
୨୦୧୯ ମସିହାରେ ବିଟିଶ ପାର୍ଲାମେଣ୍ଟକୁ ନିର୍ବାଚିତ ହେବା ପରେ ସୁନକ ଭଗବତ୍ ଗୀତା ଧରି ସାଂସଦ ଭାବେ ଶପଥ ଗ୍ରହଣ କରିଥିଲେ। ଏହାକୁ ନେଇ ସେତେବେଳେ ଭାରତରେ ମଧ୍ୟ ଚର୍ଚା ହୋଇଥିଲା ।
୨୦୧୫ ମସିହାରେ ସେ ପ୍ରଥମ ଥର ସାଂସଦ ହୋଇଥିଲେ । ୨୦୧୭ରେ ଦ୍ୱିତୀୟ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୮ରେ ଥେରେସା ସରକାରରେ ମନ୍ତ୍ରୀ ଭାବେ କାର୍ଯଞ କରିଥିଲେ । ୨୦୧୯ରେ ତୃତୀୟ ଥର ସାଂସଦ ନିର୍ବାଚିତ ହେବା ପରେ ଜନସନଙ୍କ ସରକାରରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ନେଇ ଦେଶର ଅର୍ଥନୀତିକୁ ଆଗକୁ ନେଇଥିବାରୁ ପ୍ରଶଂସିତ ହୋଇଥିଲେ ।
Comments are closed.