Latest Odisha News

BREAKING NEWS

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଋଷି ସୁନକ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଲଣ୍ଡନ: ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।  ଆସନ୍ତା ଅକ୍ଟୋବର ୨୮ ତାରିଖରେ ଶପଥ ନେବେ ସୁନକ । ୨୯ ତାରିଖରେ ଗଠନ କରିବେ ନୂତନ କ୍ୟାବିନେଟ୍‌ । ଲିଜ୍‌ ଟ୍ରସ୍‌ ଇସ୍ତଫା ଦେବାପରେ କଞ୍ଜରଭେଟିଭ୍‌ ପାର୍ଟିର ଅଧିକାଂଶ ସାଂସଦ ତାଙ୍କୁ ନେତା ଭାବେ ସମର୍ଥନ କରିବା ପରେ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଶ୍ବର ଅଧିକାଂଶ ନେତା ସୁନକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ବେଳେ ସେ କହିଛନ୍ତି । ବ୍ରିଟେନ ଏକ ମହାନ ଦେଶ । କିନ୍ତୁ ଆମେ ଅର୍ଥନୀତିକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛୁ । ଏଥିରେ ସ୍ଥିରତା ଆଣିବାକୁ ମୁଁ ପ୍ରାଥମିକତା ଦେଇ କାର୍ଯ୍ୟ କରିବି ।  ଆମେ ଏକତ୍ର ହୋଇ ଅର୍ଥନୀତିରେ ସ୍ଥିତର ଆଣିପାରିବା ବୋଲି ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ।

 

ସାଂସଦମାନେ ତାଙ୍କୁ ସମର୍ଥନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

 

 

ବିଟ୍ରେନରେ  ଟ୍ରସ୍‌ଙ୍କ ଆର୍ଥିକ ନୀତି ବ୍ରିଟେନକୁ କ୍ଷତି ପହଞ୍ଚାଇବା ପରେ ଦଳର ସାଂସଦ ଏବଂ ବିରୋଧୀ ଦଳର ସାଂସଦମାନେ ତାଙ୍କ ଇସ୍ତଫା ଦାବି କରିଥିଲେ । ଗତ ଦୁଇ ଦିନ ତଳେ ଅଚାନକ ଟ୍ରସ ଇସ୍ତଫା ଦେଇଥିଲେ । ସେହିପରି ପୂର୍ବରୁ  ଜୁଲାଇ ୭ରେ ବୋରିସ୍‌ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପରେ ଦଳର ନେତା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ ଲିଜ୍‌ ଟ୍ରସ୍‌ ଏବଂ ଋଷି ସୁନକ । ନିର୍ବାଚନରେ ଲିଜ୍‌ ଟ୍ରସଙ୍କୁ ଅଧିକା ଭୋଟ ମିଳିବାରୁ ସେ ଦଳର ନେତା ହେବା ସହ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ଟ୍ରସ ଇସ୍ତଫା ଦେବା ପରେ ସୁନକ ପୁଣି ଦଳର ନେତା ହେବା ପାଇଁ ଘୋଷଣା କରିଥିଲେ । କୁହାଯାଉଥିଲା ଜନସନ ପୁଣି ନେତା ହେବାକୁ ଚାହୁଁଛନ୍ତି ପରେ ସେ ଏହାକୁ ଅଗ୍ରାହ୍ୟ କରିଥିଲେ ।

 

ସୂଚନାଯୋଗ୍ୟ ୧୯୮୦ ମସିହା ମେ ୧୨ରେ ଇଂଲଣ୍ଡର ସାଉଥମ୍ପଟନ୍ ଋଷି ସୁନକଙ୍କ ଜନ୍ମ ହୋଇଥିଲେ । ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ଏହି ପଦବୀ ହାସଲ କରିଛନ୍ତି।  ସେ ଇନ୍ଫୋସିସର ସହପ୍ରତିଷ୍ଠାତା ନାରାଣୟ ମୂର୍ତ୍ତିଙ୍କ ଝିଅ ଅକ୍ଷତାଙ୍କୁ ବିବାହ କରିଛନ୍ତି। ଋଷି ଓ ଅକ୍ଷତା ୨୦୦୯ରେ ବିବାହ କରିଥିଲେ। ଏହି ଦମ୍ପତିଙ୍କ ଦୁଇଜଣ ଝିଅ ଅଛନ୍ତି। ଦୁଇଝିଅଙ୍କ ନାମ କୃଷ୍ଣା ଓ ଅନୁଷ୍କା।

ସୁନକଙ୍କ ପିତାମାତା ପଞ୍ଜାବରେ ରହୁଥିଲେ ।  ପରେ ସେମାନେ ବିଦେଶରେ ଯାଇ ବ୍ରିଟେନରେ ବସବାସ କରିଥିଲେ। ଋଷିଙ୍କ ଜନ୍ମ ବ୍ରିଟେନର ହାମ୍ପସାୟାରରେ ହୋଇଥିଲ। ଋଷି ଆମେରିକାର ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ଏମବିଏ କରିଛନ୍ତି। ସେ ଅକ୍ସଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ରାଜନୀତି, ଦର୍ଶନ ଓ ଅର୍ଥଶାସ୍ତ୍ର ପଢିଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ସେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ । ତାଙ୍କ ମା ଜଣେ ଫାର୍ମାସିଷ୍ଟ ଥିଲେ,  ଋଷିଙ୍କ ବାପା ଅକ୍ସଫୋର୍ଡ୍ ଓ ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ସ୍ନାତକ କରିଛନ୍ତି।

୨୦୧୯ ମସିହାରେ ବିଟିଶ ପାର୍ଲାମେଣ୍ଟକୁ ନିର୍ବାଚିତ ହେବା ପରେ ସୁନକ ଭଗବତ୍ ଗୀତା ଧରି ସାଂସଦ ଭାବେ ଶପଥ ଗ୍ରହଣ କରିଥିଲେ। ଏହାକୁ ନେଇ ସେତେବେଳେ ଭାରତରେ ମଧ୍ୟ ଚର୍ଚା ହୋଇଥିଲା ।

୨୦୧୫ ମସିହାରେ ସେ ପ୍ରଥମ ଥର ସାଂସଦ ହୋଇଥିଲେ । ୨୦୧୭ରେ ଦ୍ୱିତୀୟ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୮ରେ ଥେରେସା ସରକାରରେ ମନ୍ତ୍ରୀ ଭାବେ କାର୍ଯଞ କରିଥିଲେ । ୨୦୧୯ରେ ତୃତୀୟ ଥର ସାଂସଦ ନିର୍ବାଚିତ ହେବା ପରେ  ଜନସନଙ୍କ ସରକାରରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ନେଇ ଦେଶର ଅର୍ଥନୀତିକୁ ଆଗକୁ ନେଇଥିବାରୁ ପ୍ରଶଂସିତ ହୋଇଥିଲେ ।

Leave A Reply

Your email address will not be published.