Latest Odisha News

BREAKING NEWS

ପ୍ରାୟ ୪୫ ଘଣ୍ଟା ପରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି

ଚେନ୍ନାଇ: ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଡିଟେସନ। ପ୍ରାୟ ୪୫ ଘଣ୍ଟା ପରେ ଧ୍ୟାନରୁ ଉଠିଲେ ମୋଦି।

ପ୍ରତିବର୍ଷ ପରି ଏଥର ମଧ୍ୟ ନିର୍ବାଚନ ପ୍ରଚାର ପରେ ମାନସିକ ଶାନ୍ତି ପାଇଁ ଧ୍ୟାନରେ ବସିଥିଲେ ପ୍ରଧାନମନ୍ତ୍ରୀ ମୋଦି। ତାମିଲନାଡୁର କାନ୍ୟକୁମାରୀ ରେ ବିବେକାନନ୍ଦ ମେମୋରିଆଲରେ ଶିଳାରେ ପ୍ରଧାନମନ୍ତ୍ରୀ ନିଜର ଚଳିତ ବର୍ଷର ଦୁଇଦିନିଆ ଧ୍ୟାନ ସମାପ୍ତ କରିଛନ୍ତି। ଯେଉଁ ସ୍ଥାନରେ ସ୍ବାମୀ ବିବେକାନନ୍ଦ ତପସ୍ୟା କରିଥିଲେ ଠିକ୍ ସେହି ସ୍ଥାନରେ ବସି ଧ୍ୟାନ କରିଥିଲେ ମୋଦି।

ମେ ୩୦ ରେ ଲୋକସଭା ନିର୍ବାଚନ ପ୍ରଚାର ଶେଷ କରି ପ୍ରଧାନମନ୍ତ୍ରୀ ମୋଦି ହେଲିକପ୍ଟର ଯୋଗେ ତିରୁଭନନ୍ତମପୁରମ୍ ରେ ପହଞ୍ଚିବ ପରେ ଭଗବତୀ ଆମ୍ମନ୍ ମନ୍ଦିରରେ ପୂଜା କରିଥିଲେ। ଏହାପରେ ଏକ ଜାହାଜ ଯୋଗେ ବିବେକାନନ୍ଦ ମେମୋରିଆଲରେ ଥିବା ଶିଳା ନିକଟରେ ପହଞ୍ଚିଥିଲେ। ଏହା ପରେ ସେ ତାଙ୍କର ୪୫ ଘଣ୍ଟାର ଧ୍ୟାନ ସେଠାରେ ପୂର୍ଣ୍ଣ କରିଥିଲେ।

ତେବେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଏହି ଶିଳା ସ୍ମାରକୀ ନିକଟକୁ ଯାଇଥିଲେ। ଏହି ସମୁଦ୍ର ଭିତରେ ଥିବା ଶିଳା ସ୍ଥାନରେ ସ୍ବାମୀ ବିବେକାନନ୍ଦ ୧୮୯୨ ର ଶେଷ ଆଡ଼କୁ ଧ୍ୟାନ କରିଥିଲେ

Leave A Reply

Your email address will not be published.