ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବେଙ୍ଗାଲୁରୁର ସିଲିକନ ଭ୍ୟାଲିରେ ୩ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏଥିରେ ବେଙ୍ଗାଲୁରୁରୁ ବେଲଗାମ, ଅମୃତସରରୁ ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା ଏବଂ ନାଗପୁର (ଅଜନି)ରୁ ପୁଣେ ପର୍ଯ୍ୟନ୍ତ ଟ୍ରେନ ଅନ୍ତର୍ଭୁକ୍ତ ରହିଛି।
ଏହି କାର୍ଯ୍ୟକ୍ରମ ସମୟରେ ସେ ବେଙ୍ଗାଲୁରୁ ମେଟ୍ରୋର ୟେଲୋ ଲାଇନର ଉଦଘାଟନ ମଧ୍ୟ କରିଥିଲେ। ମେଟ୍ରୋ ନେଟୱର୍କର ତୃତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗାଲୁରୁ ଗସ୍ତ ପୂର୍ବରୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ସେ ଆସନ୍ତାକାଲି ଅଗଷ୍ଟ ୧୦ ତାରିଖରେ ବେଙ୍ଗାଲୁରୁର ଲୋକଙ୍କ ମଧ୍ୟରେ ରହିବେ। କେଏସଆର ଷ୍ଟେସନରୁ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରାଯିବ। ଯାହା କନେକ୍ଟିଭିଟି ବୃଦ୍ଧି କରିବ।
‘ବନ୍ଦେ ଭାରତ’କୁ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ଆରଭି ରୋଡ୍ (ରାଗିଗୁଡ୍ଡା) ରୁ ବୋମ୍ମାସାନ୍ଦ୍ରା ପର୍ଯ୍ୟନ୍ତ ୧୯ କିଲୋମିଟର ଲମ୍ବା ବାଙ୍ଗାଲୋର ମେଟ୍ରୋର ୟେଲୋ ଲାଇନକୁ ମଧ୍ୟ ଉଦଘାଟନ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ରବିବାର କେଏସଆର ବେଙ୍ଗାଲୁରୁ ରେଳ ଷ୍ଟେସନରେ ତିନୋଟି “ବନ୍ଦେ ଭାରତ ଏକ୍ସପ୍ରେସ” ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଯାହା ପରେ ଦେଶରେ ମୋଟ ‘ବନ୍ଦେ ଭାରତ’ ଟ୍ରେନ ସଂଖ୍ୟା ଏବେ ୧୫୦ ହୋଇଯାଇଛି। କର୍ଣ୍ଣାଟକରେ ଏବେ ଏପରି ୧୧ଟି ଟ୍ରେନ ଗଡୁଛି।
Comments are closed.