ନୂଆଦିଲ୍ଲୀ: ଭାରତ ଶାନ୍ତି ଚାହେଁ, କିନ୍ତୁ ଉସକାଇଲେ କଡା ଜବାବ ବି ଦିଏ । ଭାରତ-ଚୀନ ସୀମା ଲଢେଇରେ ବଳିଦାନ ଦେଇଥିବା ଯବାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଆରମ୍ଭରୁ ଯବାନଙ୍କ ପାଇଁ ଶ୍ରଦ୍ଧାଂଜଳି ଜଣାଇ ନିରବ ପ୍ରାର୍ଥନା କରିଛନ୍ତି ମୋଦି । ଏଥିସହ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଆସନରୁ ଛିଡା ହୋଇ ନିରବ ପ୍ରାର୍ଥନା କରିଥିଲେ।
ଚୀନ ସହ ବଢିଚାଲିଥିବା ବିବାଦ ପ୍ରସଙ୍ଗରେ ଏକ କଡ଼ା ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ । ଆମେ ଶାନ୍ତି ଚାହୁଁ, କିନ୍ତୁ କେହି ଆମ ସହ ଲାଗିଲେ ପ୍ରତିପକ୍ଷଙ୍କୁ ଯବାବ ଦେବା ପାଇଁ ଆମେ ଯଥୋଚିତ ସାମର୍ଥ୍ୟ ରଖିଛୁ । ଭାରତର ଅଖଣ୍ଡତା, ସାର୍ବଭୌମତାର ରକ୍ଷା କରିବାରେ ଆମକୁ କେହି ରୋକି ପାରିବେ ନାହିଁ। କେହି ଏହି ଭ୍ରମରେ ରହିବା ଉଚିତ୍ ନୁହେଁ ଯେ, ଭାରତ ଶାନ୍ତି ଚାହେଁ ମାତ୍ର ଉସୁକାଇଲେ ଉଚିତ୍ ଦେବାକୁ ପଛକୁ ହଟିବ ନାହିଁ।
Comments are closed.