Latest Odisha News

BREAKING NEWS

୪ଟି ରାଜ୍ୟରେ ‘ବିଜେପି’ର ବିଜୟ ପରେ ଅହମ୍ମଦାବାଦରେ ମୋଦିଙ୍କ ରୋଡ୍‌ ସୋ’

ଅହମ୍ମଦାବାଦ: ୪ଟି ରାଜ୍ୟରେ ‘ବିଜେପି’ର ବିଜୟ ପରେ ଅହମ୍ମଦାବାଦରେ ମୋଦିଙ୍କ ରୋଡ୍‌ ସୋ’ । ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ‘ବିଜେପି’ ବିଜୟ ହାସଲ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ହେବାକୁ ଥିବା ଗୁଜରାଟ ରାଜ୍ୟରେ ବିଶାଳ ରୋଡ୍‌ ସୋ’ କରିଛନ୍ତି ।

ଏହି ରୋଡ୍‌ ସୋ’ ବିମାନ ବନ୍ଦରରୁ ୬ କିଲୋମିଟର୍‌ ଦୂର ଗାନ୍ଧୀନଗରସ୍ଥିତ ‘ବିଜେପି’ ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଜରାଟ ଗସ୍ତ ହେଉଛି ବିଧାନସଭା ନିର୍ବାଚନ ପ୍ରଚାରର ଆରମ୍ଭ । ଚଳିତ ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଆ‌ୟୋଜନ କରାଯିବ।

ମାର୍ଚ ୧୧ ଓ୧୨ ତାରିଖ, ଦୁଇ ଦିନ ପାଇଁ ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ପଞ୍ଚାୟତରୁ ନିର୍ବାଚିତ ୧ ଲକ୍ଷରୁ ଊର୍ଦ୍ଧ୍ବ ପ୍ରତିନିଧିମାନଙ୍କ ରାଲିରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ଦୁଇଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମଧ୍ୟ ଅହମଦାବାଦସ୍ଥିତ ଏକ ଷ୍ଟାଡିୟମ୍‌ରେ ‘ଖେଳ ମହାକୁମ୍ଭ’ ନାମରେ କ୍ରୀଡ଼ା ଉତ୍ସବ ଉଦ୍‌ଘାଟନ କରିବେ।

 

 

 

Comments are closed, but trackbacks and pingbacks are open.