Latest Odisha News

BREAKING NEWS

ଜି-୨୦ ସମ୍ମିଳନୀରେ ବାଇଡେନଙ୍କୁ ଭେଟିଲେ ମୋଦୀ

ବାଲି:  ଇଣ୍ଡୋନେସିଆକୁ ୨ ଦିନିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୭ତମ ଜି-୨୦ଶିଖର ସମ୍ମିଳନୀ ଆଜିଠୁ ଆରମ୍ଭ ହୋଇଛି । ମୋଦୀ ଏହି ସମ୍ମିଳନୀରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରର କିଛି ମୁହୁର୍ତ୍ତ ପିଏମଓଙ୍କ କାର୍ଯ୍ୟାଳୟରୁ ପୋଷ୍ଟ କରାଯାଇଛି । ଦୁହେଁ ହାତ ମିଳାଇ ବେଶ୍ ଖୁସି ଥିବା ଏହି ଫଟୋରେ ଦେଖିବାକୁ ମିଳିଛି ।

ବ୍ରିଟେନ ପ୍ରଧାନମନ୍ତ୍ରୀ ରିଶି ସୌନକଙ୍କ ସହ ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡିକର ମୁଖ୍ୟଙ୍କୁ ମୋଦୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱର ପ୍ରମୁଖ ଦେଶ ମାନଙ୍କର ଆର୍ଥିକ ବିକାଶ, ଖାଦ୍ୟ, ଉର୍ଜା, ପରିବେଶ, ସ୍ୱାସ୍ଥ୍ୟ ଓ ଡିଜିଟାଲ୍ ଟ୍ରାନ୍ସଫରମେସନ୍  ପାଇଁ ଏହି ବୈଠକରେ ଆଲୋଚନା ହେବ । ଏଥିରେ ଦ୍ୱିପାକ୍ଷିକ ଆଲୋଚନାରେ ମୋଦୀ ସାମିଲ ହେବେ । ଏହା ବାଦ୍ ଚୀନ ଓ ଭାରତ ସୀମାରେଖାକୁ ନେଇ ଜି ଜିନପିଙ୍ଗଙ୍କ  ସହିତ ସିଧାସଳଖ ଆଲୋଚନା ବି ହେବାର ସମ୍ଭାବନା ରହିଛି  ।

ସୋମବାର ବାଲି ପହଞ୍ଚି ମୋଦୀ ନିଜ ଟ୍ୱିଟର ପେଜ୍ ରେ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ‘ହାଲୋ ଇଣ୍ଡୋନେସିଆ’ ସମ୍ୱୋଧନ ସହିତ ସେଠାକାର ଭାଷାରେ ବାର୍ତ୍ତା ଲେଖିଛନ୍ତି । ବାଲି ପହଞ୍ଚିବା ପରେ ବିମାନରୁ ଓହ୍ଲାଇ ସେ ପ୍ରଥମେ ଭାରତୀୟ ମାନଙ୍କୁ ସାକ୍ଷାତ କରିଥିଲେ । ମୋଦୀ ଏନେଇ ମଧ୍ୟ ଟ୍ୱିଟ୍ କରିଛନ୍ତି ।

Leave A Reply

Your email address will not be published.