ଦିଲ୍ଲୀ : ନିବେଶକଙ୍କୁ ମୋଦିଙ୍କ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇର ଦୁଇଟି ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିଛନ୍ତି।ଏହି ଦୁଇଟି ଯୋଜନା ହେଉଛି ରିଟେଲ ଡାଇରେକ୍ଟ ଯୋଜନା ଏବଂ ରିଜର୍ଭ ବ୍ୟାଙ୍କ ସମନ୍ୱିତ ଲୋକପାଳ ଯୋଜନା।ପ୍ରଧାନମନ୍ତ୍ରୀ ମୋଦି ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ଯୋଜନା ଦୁଇଟିର ଶୁଭାରମ୍ଭ କରିଛନ୍ତି।ଦୁଇଟି ଯୋଜନା ବିଷୟରେ ମୋଦି କହିଛନ୍ତି ଯେ ଏହି ଯୋଜନା ଗୁଡିକ ଦେଶରେ ନିବେଶର ପରିସର ବୃଦ୍ଧି କରିବ ଏବଂ ପୁଞ୍ଜି ବଜାରକୁ ନିବେଶକମାନଙ୍କ ପାଇଁ ଅଧିକ ସହଜ ଓ ନିରାପଦ କରିବ।
ରିଟେଲ ଡାଇରେକ୍ଟ ଯୋଜନା ବା ସରକାରୀ ସିକ୍ୱିରିଟି ରେ ନିବେଶ ଲାଗି ଦେଶରେ ଛୋଟ ନିବେଶକାରୀଙ୍କୁ ଏକ ସରଳ ଓ ସୁରକ୍ଷିତ ମାଧ୍ୟମ ଯୋଗାଇ ଦେବ।ଏହା ମଧ୍ୟବୀତ୍ତ କର୍ମଚାରୀ ,କ୍ଷୁଦ୍ର ବ୍ୟବସୟୀ ,ଦେଶରେ ବରିାଷ୍ଠ ନାଗରିକଙ୍କୁ ସେମାନଙ୍କ ସ୍ୱଳ୍ପ ଜମା ସହିତ ସରକାରୀ ସିକ୍ୱିରିଟିରେ ପ୍ରତକ୍ଷ ବା ନିରାପଦ ଭାବେ ସାମିଲ କରାଯିବ। ଏଥିରେ ନିବେଶକ ମାନଙ୍କ ପାଇଁ ସୁରକ୍ଷାକୁ ଗ୍ୟାରେଣ୍ଟି ଦିଆଯିବ ବୋଲି ମୋଦି କହିଥିଲେ। ସରକାରଙ୍କ ପଦକ୍ଷେପ କାରଣରୁ ବ୍ୟାଙ୍କ ପ୍ରଶାସନରେ ସୁଧାର ଆସିଛି ବୋଲି ମୋଦି ପ୍ରତିକ୍ରିୟା ରଖିଛନ୍ତିା
ଘରେ ବସି ନିବେଶକ ମାନେ ନିବେଷ କରିପାରିବେ।ଆରବିଆର ପୁରା ଟିମକୁ ମୋଦି ଧନ୍ୟବାଦ ଜଣାଇଥିଲେ।ମାତ୍ର ୭ ବର୍ଷ ଭିତରେ ଭାରତରେ ଡିଜିଟାଲ କାରବାର ୧୯ ଗୁଣା ବୃଦ୍ଧି ପାଇଛି । ଦେଶରେ ଯେ କୌଣସି ସ୍ଥାନରେ ବ୍ୟାଙ୍କ ସେବା ମିଳିପାରୁପଛି ବୋଲି ମୋଦି କହିଛନ୍ତି।ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଉପସ୍ଥିତ ଥିଲେ।
Comments are closed.