ନୂଆଦିଲ୍ଲୀ: ମିଶନ ୨୦୨୪ । ବିଜେପି ଆରମ୍ଭ କଲା ରଣନୀତି । ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ୧୪୪ ଲୋକସଭା ଆସନରେ ଦଳ ହାରିଥିଲା ସେହି ଆସନକୁ ମଜବୁତ କରିବାକୁ ଯୋଜନା କରିଛି ବିଜେପି । ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପୂର୍ବରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଗୃହମନ୍ତ୍ରୀ ଗସ୍ତ କରି ଦଳର ଭୋଟ୍ ବ୍ୟାଙ୍କ ମଜବୁତ କରିବାକୁ ପ୍ରୟାସ କରିଛି ଦଳ । ହାରିଥିବା ୧୪୪ ଲୋକସଭା ଆସନକୁ ୪୦ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ କ୍ଲଷ୍ଟରରେ ଗୋଟିଏ ରାଲି କରିବାର ସମ୍ଭାବନା ରହିଛି।
ଦଳୀୟ ସୂତ୍ର ଅନୁଯାୟୀ, ଲୋକସଭା ଯୋଜନା ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ବିଜେପି ଯୋଜନା କରିଛି ଯେ ଦେଶରେ ଦଳର ୧୪୪ଟି ଦୁର୍ବଳ ଲୋକସଭା ଆସନ ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀ ୪୦ଟି ସ୍ଥାନରେ ବଡ ରାଲି କରିବେ ଅବଶିଷ୍ଟ ୧୦୪ଟି ଆସନରେ ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀମାନେ ସାଧାରଣ ସଭା କରିବେ।
ସୂଚନାନୁସାରେ, ଦଳର ରଣନୀତି ହେଉଛି ଯେ ଯେଉଁଠି ରାଲି ହେବ ସେଠାରେ ନେତାମାନେ ରହିବା ସମୟରେ କ୍ଲଷ୍ଟର ଦାୟିତ୍ୱରେ ଥିବା ନେତା ପ୍ରଭାବଶାଳୀ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ସହ ନିୟମିତ ବୈଠକ କରିବା ସହିତ ବିଜେପିର ସ୍ଥାନୀୟ ଅସନ୍ତୁଷ୍ଟ ନେତାଙ୍କ ଅଭିଯୋଗ ଶୁଣିବା ସହ ଏହାର ସମାଧାନ କରିବେ। ପ୍ରଭାସ ଯୋଜନା ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ସମସ୍ତ ୪୦ କେନ୍ଦ୍ର ସରକାରୀ ମନ୍ତ୍ରୀଙ୍କୁ ୫ ସୂତ୍ରୀ କାମ କରିବାକୁ ପଡିବ। ସ୍ଥାନୀୟ ଲୋକଙ୍କ ସହ ମିଶିବା, ଦଳରେ ଥିବା ଅସନ୍ତୁଷ୍ଟ ନେତାଙ୍କୁ ମନାଇବା, ସ୍ଥାନୀୟ ସାଂସ୍କୃତିକ ଓ ସାମାଜିକ କାମରେ ସାମିଲ ହେବା ରାତିରେ ସ୍ଥାନୀୟ ଲୋକଙ୍କ ଘରେ ରାତ୍ରୀଯାପନ କରିବା ଇତ୍ୟାଦି କାମ କରିବାକୁ ହେବ।
ଏହା ବ୍ୟତୀତ ସ୍ଥାନୀୟ ପ୍ରଭାବଶାଳୀ ଭୋଟର ବିଶେଷକରି ଆଇନଜୀବୀ, ଡାକ୍ତର, ପ୍ରଫେସର, ବ୍ୟବସାୟୀ ଏବଂ ଅନ୍ୟାନ୍ୟ ବୃତ୍ତିଗତଙ୍କ ସହିତ ବୈଠକ ମଧ୍ୟ କରିବାକୁ ପଡିବ।
Comments are closed.