Latest Odisha News

BREAKING NEWS

ଦେହରେ ଗେରୁଆ ବସ୍ତ୍ର, ହାତରେ ରୁଦ୍ରାକ୍ଷ, ମଥାରେ ତିଲକ: ଧ୍ୟାନରେ ମୋଦୀ

କନ୍ୟାକୁମାରୀ: ଦେହରେ ଗେରୁଆ ବସ୍ତ୍ର, ହାତରେ ରୁଦ୍ରାକ୍ଷ, ମଥାରେ ତିଲକ… କନ୍ୟାକୁମାରୀ ଯାଇ ବିବେକାନନ୍ଦ ସ୍ମାରକୀ ଶିଳାରେ ଧ୍ୟାନ ସାଧନା କରୁଛନ୍ତି ମୋଦୀ । ମନ୍ଦିରରେ ପୂଜାର୍ଚ୍ଚନା ପରେ ଧ୍ୟାନରେ ବସିଛନ୍ତି ମୋଦୀ । ଏହାରିଭିତରେ ସାମ୍ନାକୁ ଆସିଛି ମୋଦୀଙ୍କ କିଛି ଫଟୋ । ଗତକାଲିଠୁ ଧ୍ୟାନରେ ବସିଛନ୍ତି ମୋଦୀ । ଆସନ୍ତାକାଲି ସରିବ ମୋଦୀଙ୍କ ତପସ୍ୟା ।

ଧ୍ୟାନରେ ବସିବା ପୂର୍ବରୁ ଧଳା ରଙ୍ଗର ଧୋତି ଓ ଶାୱଲ ପରିଧାନ କରି ମନ୍ଦିରର ଗର୍ଭଗୃହରେ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରର ପୂଜକ ତାଙ୍କ ପାଇଁ ସ୍ୱତନ୍ତ୍ର ଆରତୀ କରିଥିଲେ । ମନ୍ଦିରରୁ ସିଧା କନ୍ୟାକୁମାରୀ ଠାରେ ଥିବା ବିବେକାନ୍ଦ ରକ ମେମୋରିଆଲ ଠାରେ ପହଞ୍ଚିଥିଲେ । ସେଠାରେ ସେ ରାମକୃଷ୍ଣ ପରମହଂସଙ୍କ ଠାରୁ ଆରମ୍ଭ କରି ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହା ପରେ ମେମୋରିଆଲର ବିଭିନ୍ନ ଦୃଶ୍ୟ ବୁଲି ଦେଖିଥିଲେ । ପରେ ଏହି ମେମୋରିଆଲରେ ଧ୍ୟାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଧ୍ୟାନଗ୍ରସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ପାଇଁ ୨୦୦୦ରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ଅଧିକାରୀମାନେ ମଧ୍ୟ ସୁରକ୍ଷା ଦାୟିତ୍ବରେ ଅଛନ୍ତି । ସେହିପରି ସୁରକ୍ଷାଦୃଷ୍ଟିରୁ ଗତକାଲିଠାରୁ ଜୁନ ୧ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସେହି ସ୍ଥାନ ବାରଣ କରାଯାଇଛି ।

Leave A Reply

Your email address will not be published.