Latest Odisha News

BREAKING NEWS

ମାକ୍ରୋନଙ୍କୁ ରାମ ମନ୍ଦିର ମଡେଲ ଦେଲେ ପ୍ରଧାନମନ୍ତ୍ରୀ ମୋଦି, ୟୁପିଆଇ ଜରିଆରେ ଚା’ ପାଇଁ ଦେଲେ ଟଙ୍କା

ଜୟପୁର: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଚଳିତ ବର୍ଷ ସେ ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହାର ଗୋଟିଏ ଦିନ ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଗୁରୁବାର ରାଜସ୍ଥାନର ଜୟପୁରରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରୋନ୍ ଏକାଠି ଏକ ରୋଡ୍ ସୋ ମଧ୍ୟ କରିଥିଲେ। ଏହାପରେ ଦୁହେଁ ହୱା ମହଲ ଯାଇଥିଲେ, ଯେଉଁଠାରେ ପିଏମ ମୋଦି ମଧ୍ୟ ୟୁପିଆଇ ଡିଜିଟାଲ ରେ ଦେୟ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟପୁରରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ୟୁପିଆଇ ଡିଜିଟାଲ ପେମେଣ୍ଟ ସିଷ୍ଟମ ବିଷୟରେ ବୁଝାଇଥିଲେ । ଫ୍ରାନ୍ସ ରାଷ୍ଟ୍ରପତି ହୱା ମହଲ ନିକଟରେ ଯେଉଁ ଦୋକାନରେ କିଣାକିଣି କରି ଚା’ ପିଇଥିଲେ, ସେହି ଦୋକାନର ଦୋକାନୀମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ମାକ୍ରୋନଙ୍କୁ ରାମ ମନ୍ଦିରର ଏକ ମଡେଲ ଉପହାର ଦେଇଛନ୍ତି ଏବଂ ରାମ ମନ୍ଦିର ସହ ଜଡ଼ିତ କଥା ମଧ୍ୟ କହିଥିଲେ। ଏହା ଉପରେ ଫ୍ରାନ୍ସ ରାଷ୍ଟ୍ରପତି ଅଯୋଧ୍ୟାରେ ରାମ ମନ୍ଦିର ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ଓ ଚା’ର ମଡେଲ ପାଇଁ ଅନଲାଇନ ପେମେଣ୍ଟ କରିଛନ୍ତି । ଦୋକାନୀ ଜଣକ କହିଛନ୍ତି ଯେ  ମୋଦୀ ୟୁପିଆଇରୁ ଚା’ ପାଇଁ ୨ ଟଙ୍କା ଦେଇଥିଲେ। ମୋଦିଙ୍କ ଅନଲାଇନ୍ ପେମେଣ୍ଟର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଏକାଠି ବଜାରରେ ବୁଲୁଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.