Latest Odisha News

ଶିରିଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାଇବାବାଙ୍କ ଦର୍ଶନ ସହ ୭୫୦୦ କୋଟି ଟଙ୍କା ପରିଯୋଜନାର କଲେ ଶିଳାନ୍ୟାସ

ମହାରାଷ୍ଟ୍ର: ଦୀର୍ଘ ପାଞ୍ଚ ବର୍ଷର ବ୍ୟବଧାନ ପରେ ମହାରାଷ୍ଟ୍ର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର । ରାଜ୍ୟର ପ୍ରସିଦ୍ଧ ଶିରିଡି ସାଇ ମନ୍ଦିରରେ ପହଁଞ୍ଚି ସାଇବାବାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବାଇସ, ସିଏମ ଏକନାଥ ସିନ୍ଦେ ଏବଂ ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଉପସ୍ଥିତ ଥିଲେ । 

ଶିରିଡି ସାଇ ମନ୍ଦିରରେ ନିର୍ମିତ କ୍ୟୁ କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି। ଏହାର ମୂଳଦୁଆ ୨୦୧୮ରେ ପିଏମ ମୋଦୀଙ୍କ ଦ୍ୱାରା ରଖାଯାଇଥିଲା । ମହାରାଷ୍ଟ୍ର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ୭୫୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏକ କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ ମୋଦି ସ୍ୱାସ୍ଥ୍ୟ, ରେଳ, ସଡକ, ତୈଳ ଏବଂ ଗ୍ୟାସ ଭଳି ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ସାଇ ମନ୍ଦିରରେ କ୍ୟୁ କମ୍ପ୍ଲେକ୍ସ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ନୀଲୱାଣ୍ଡେ ଡ୍ୟାମର ଜଳକୁ ପୂଜନ କରି ଏହା ସହିତ ଲାଗିଥିବା ଏକ ନହର ନେଟୱାର୍କକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି।

ଦୀର୍ଘ ବ୍ୟବଧାନ ପରେ ମହାରାଷ୍ଟ୍ରରେ ପହଞ୍ଚି ପ୍ରଧାନମନ୍ତ୍ରୀ ରାଜ୍ୟ ଚାଷୀଙ୍କ ପାଇଁ ମଧ୍ୟ ବିଶେଷ ପଦକ୍ଷେପ ନେଇଛନ୍ତି। ସେ ‘ନମୋ ଶେତକାରୀ ମହାସମାନ ନିଧି ଯୋଜନା’ ଅଧୀନରେ ମହାରାଷ୍ଟ୍ରର ୮୬ ଲକ୍ଷରୁ ଅଧିକ କୃଷକ ଯେଉଁମାନେ ପ୍ରଧାନମନ୍ତ୍ରୀ କିସାନ ସାମନ ନିଧି ଯୋଜନାର ଲାଭ ଉଠାଉଛନ୍ତି ସେମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ କରାଯିବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ଉଚ୍ଚାଭିଳାଷୀ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ କାର୍ଡ ବଣ୍ଟନ କରିବେ। ସେ ଗୋଆରେ କମନୱେଲଥ୍ ଗେମ୍ସର ଉଦଘାଟନ କରିବେ। ଏହା ପରେ ସନ୍ଧ୍ୟାରେ ସେ ଗୋଆରେ ୩୭ ତମ କମନୱେଲଥ ଗେମ୍ସର ଉଦଘାଟନ କରିବେ।

Comments are closed.