ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତ୍ୟନ୍ତ ନମ୍ର ଓ ସରଳ । ତାଙ୍କ ସ୍ୱଭାବ ଭାରି ନରମ ଏବଂ ସେ ଭାରି ପ୍ରକୃତିପ୍ରେମୀ । ଏକଦା ସେ ତାଙ୍କ ବାସ ଭବନରେ ଏକ ଭୋକିଲା ମୟୂରକୁ ଖାଦ୍ୟ ଖୁଆଇବାକୁ ବୈଠକ ବନ୍ଦ କରିଦେଇଥିଲେ ।
ଏଥିରୁ ତାଙ୍କର ସରଳ ସ୍ୱଭାବ ବିଷୟରେ ଜ୍ଞାତ ହୁଏ । ଦିଲ୍ଲୀରେ ‘ମୋଦୀଅ୨୦’ ପୁସ୍ତକ ଉନ୍ମୋଚନ ଗୃହମନ୍ତ୍ରୀ ଅମିତ୍ ଶାହା ବେଳେ ଏଭଳି ଗୁପ୍ତ କଥା କହିଛନ୍ତି ।
ଏଣେ ବୈଠକ ଚାଲିଥିଲା ବେଳେ, ଝରକା କାଚରେ ମୟୂର ଟି ଆସି ଥଣ୍ଟ ଘଷି ଶବ୍ଦ କରିଥିଲା । କିଛି ମିନିଟ୍ ପରେ ପ୍ରଧାନମନ୍ତ୍ରୀ ହୃଦୟଙ୍ଗମ କରି ଷ୍ଟାଫ୍ ଙ୍କୁ କହିଥିଲେ ମୟୂରଟିକୁ ଖୁଆଇବା ପାଇଁ । ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଝିରେ ମୟୂରର ଖାଦ୍ୟ କଥା ଭାବିବା ପାଇଁ ସମୟ ରଖୁଥିବା ବ୍ୟକ୍ତି କେତେ ସୂକ୍ଷ୍ମ ବା ସମ୍ବେଦନଶୀଳ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା ।
ଏପରିକି ପୂର୍ବ ଅଭିଜ୍ଞତା ନଥାଇ ତାଙ୍କୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ କରାଯାଇଥିଲା । ତାଙ୍କର କୌଣସି ପଞ୍ଚାୟତ ନିର୍ବାଚନର ଅଭିଜ୍ଞତା ନଥାଇ ବି ତାଙ୍କୁ ଗୁଜୁରାଟ ଭଳି ଭୂମିକମ୍ପ ପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଯାହାକୁ ସେ ଦକ୍ଷତାର ସହ ଚଳାଇଥିଲେ । ଏବଂ ପୂରା ଦେଶ ପାଇଁ ଏକ ରୋଲ ମଡେଲ୍ ତିଆରି କରିଥିଲେ ବୋଲି ଅମିତ୍ ଶାହା କହିଛନ୍ତି ।
Comments are closed.