Latest Odisha News

୬ ବର୍ଷ ପରେ ଶ୍ରୀଲଙ୍କା ଗସ୍ତରେ ମୋଦି, ମିଳିଲା ଗାର୍ଡ ଅଫ୍ ଅନର

କଲମ୍ବୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଥାଇଲ୍ୟାଣ୍ଡ ଗସ୍ତ ପରେ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। କଲମ୍ବୋର ବନ୍ଦରାନାଇକେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ସେଠାରେ ତାଙ୍କୁ ଶ୍ରୀଲଙ୍କାର ପାଞ୍ଚ ଜଣ ପ୍ରମୁଖ ମନ୍ତ୍ରୀ ସ୍ୱାଗତ ଜଣାଇଥିଲେ। ସେମାନଙ୍କ ମଧ୍ୟରେ ରହିଥିଲେ- ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ, ସ୍ୱାସ୍ଥ୍ୟ ମନ୍ତ୍ରୀ ନଲିନ୍ଦା ଜୟତିସା, ମତ୍ସ୍ୟ ମନ୍ତ୍ରୀ ରାମଲିଙ୍ଗମ ଚନ୍ଦ୍ରଶେଖର ଏବଂ ଅନ୍ୟ ଦୁଇଜଣ ମନ୍ତ୍ରୀ। ୨୦୧୯ ପରେ ଏହା ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଶ୍ରୀଲଙ୍କା ଗସ୍ତ। ଏହି ଅବସରରେ ତାଙ୍କୁ ଇଣ୍ଡିପେଣ୍ଡେନ୍ସ ସ୍କୋୟାରରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।

ତେବେ ମୋଦି ‘X’ରେ ଏନେଇ ସୂଚନା ଦେଇଛନ୍ତି।, “ମୁଁ କଲମ୍ବୋରେ ପହଞ୍ଚିଛି। ମୋତେ ସ୍ୱାଗତ କରିଥିବା ଲୋକଙ୍କୁ ଧନ୍ୟବାଦ। ଶ୍ରୀଲଙ୍କାର କାର୍ଯ୍ୟକ୍ରମ ପାଇଁ ଅପେକ୍ଷା କରୁଛି।” ତାଜ ସମୁଦ୍ର ହୋଟେଲରେ ଭାରତୀୟ ବଂଶୋଦ୍ଭବ ଲୋକମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।

ଶ୍ରୀଲଙ୍କା ୨୦୨୨ର ଆର୍ଥିକ ସଙ୍କଟରୁ ମୁକୁଳିବାରେ ଲାଗିଛି। ସେହି ସମୟରେ ଭାରତ ୪.୫ ବିଲିୟନ ଡଲାରର ସହାୟତା ପ୍ରଦାନ କରିଥିଲା।

 

 

Comments are closed.