ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୨୦୨୫ ସୁଦ୍ଧା ମେଟ୍ରୋ ସେବା ଦେଶର ୨୫ ରୁ ଅଧିକ ସହରରେ ପହଞ୍ଚିବ। ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ୧୮ଟି ସହରର ଲୋକମାନେ ମେଟ୍ରୋ ଯୋଗେ ଯାତ୍ରା କରୁଛନ୍ତି ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୫ରୁ ଅଧିକ ସହର ମେଟ୍ରୋ ସେବାର ଲାଭ ପାଇବେ।
‘ମେକ୍ ଇନ୍ ଇଣ୍ଡିଆ’ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଦେଶର ପ୍ରଥମ ମେଟ୍ରୋ ଅଟଳ ଜିଙ୍କ ଉଦ୍ୟମରୁ ଆରମ୍ଭ ହୋଇଥିଲା। ୨୦୧୪ରେ ଯେତେବେଳେ ଆମ ସରକାର ଗଠନ ହେଲା, କେବଳ ପାଞ୍ଚଟି ସହରରେ ମେଟ୍ରୋ ସେବା ଥିଲା ଏବଂ ଆଜି ୧୮ ଟି ସହରରେ ମେଟ୍ରୋ ରେଳ ସେବା ଅଛି। ୨୦୨୫ ସୁଦ୍ଧା ଆମେ ଏହି ସେବାକୁ ୨୫ ରୁ ଅଧିକ ସହରରେ ପହଞ୍ଚାଇବାକୁ ପ୍ରୟାସ ଜାରି ରଖିଛୁ। ‘
ସେ କହିଛନ୍ତି, ମେଟ୍ରୋ ସେବା ବିସ୍ତାର ପାଇଁ ମେକ୍ ଇନ୍ ଇଣ୍ଡିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଖର୍ଚ୍ଚ ହ୍ରାସ କରେ, ବୈଦେଶିକ ମୁଦ୍ରା ସଞ୍ଚୟ କରେ ଏବଂ ଲୋକଙ୍କୁ ଅଧିକ ନିଯୁକ୍ତି ଯୋଗାଇଥାଏ। ‘ ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନରେ ଭାରତର ପ୍ରଥମ ଚାଳକବିହୀନ ଟ୍ରେନର ଉଦଘାଟନ କରିଛନ୍ତି।
Comments are closed.