Latest Odisha News

ଝାଡଖଣ୍ଡରେ ଜେଏମଏମକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ : କହିଲେ, ଚମ୍ପାଇ ସୋରେନଙ୍କୁ ଅପମାନ କରାଯାଇଥିଲା…

ରାଞ୍ଚୀ : ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁମଲାରେ ନିର୍ବାଚନୀ ରାଲି କରିଛନ୍ତି। ଏହି ଅବସରରେ ସେ କଂଗ୍ରେସକୁ କଡା ଟାର୍ଗେଟ କରି ବର୍ଷିଛନ୍ତି। ସେ କହିଛନ୍ତି, ଜେଏମଏମ(ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ହିଁ ଝାଡଖଣ୍ଡକୁ ସବୁବେଳେ ପଛୁଆ ରଖି ଆସିଛି। ଆଦିବାସୀଙ୍କୁ ଉଚ୍ଚ ପଦ ଦେବାକୁ ଚାହେଁନି କଂଗ୍ରେସ। ଅନ୍ୟପକ୍ଷରେ କଂଗ୍ରେସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଅପମାନ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। କଂଗ୍ରେସର ‘ସାହି ପରିବାର’ ଓବିସି-ଏସଟି-ଏସସି ସମୁଦାୟର ଏକତା ନଷ୍ଟ କରୁଥିବା ବେଳେ ସେମାନଙ୍କ ସଂରକ୍ଷଣକୁ ବନ୍ଦ କରିବାକୁ ଚାହୁଁଛି।

ଗୁମଲାରେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବିଜେପି ସରକାର ସାରା ଦେଶରେ ୭,୦୦୦ ଆଦିବାସୀ ଗାଁକୁ ବିକଶିତ କରିବାକୁ ୮୦,୦୦୦ କୋଟି ଖର୍ଚ୍ଚ କରିବ। ବିଜେପି ସରକାର ସବକା ସାଥ ସବକା ବିକାଶ ମନ୍ତ୍ରରେ ଚାଲୁଛି ଏବଂ ଏହି ରାସ୍ତାରେ ବିକଶିତ ହେବ ଝାଡ଼ଖଣ୍ଡ।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସର ଇଚ୍ଛା କିଛି ଅଲଗା ରହିଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଓବିସି-ଏସଟି-ଏସସି ସମୁଦାୟ ଏକାଠି ହେବା କାରଣରୁ କଂଗ୍ରେସର ‘ସାହି ପରିବାର’ ଏହାକୁ ଭାଙ୍ଗିବାକୁ ଚାହୁଁଛି।

Comments are closed.