ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ସହରରେ ଆୟୋଜିତ ୧୫ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିବା ବେଳେ ସମ୍ମିଳନୀର ପ୍ରଥମ ଅଧିବେଶନରେ ସେ ବ୍ରିକ୍ସ ଦେଶର ନେତାମାନଙ୍କୁ ସମ୍ବୋଧିତ କରିଛନ୍ତି। ସେମାନଙ୍କ ଆଗରେ ପାଞ୍ଚଟି ପ୍ରସ୍ତାବ ଉପସ୍ଥାପନ କରିଥିଲେ।
ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଗ୍ରୁପ୍ ଫଟୋ ପାଇଁ ମଞ୍ଚରେ ପହଞ୍ଚିଥିଲେ। ମଞ୍ଚକୁ ଗଲା ବେଳେ ତ୍ରିରଙ୍ଗା ପତାକା ତଳେ ପଡ଼ିଥିବାର ତାଙ୍କ ନଜର ପଡ଼ିଥିଲା। ଏହା ଦେଖି ପ୍ରଧାନମନ୍ତ୍ରୀ ତୁରନ୍ତ ପତାକା ଉଠାଇ ନିଜ ପକେଟରେ ରଖିଥିଲେ। ଏହି ସମୟରେ କଏଦ୍ ହୋଇଥିବା ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ମୋଦୀଙ୍କର ଏଭଳି କାମ ସବୁ ଭାରତୀୟଙ୍କ ମନକୁ ଛୁଇଁଛି।
#WATCH | Johannesburg, South Africa | PM Narendra Modi notices Indian Tricolour on the ground (to denote standing position) during the group photo at BRICS, makes sure to not step on it, picks it up and keeps it with him. South African President Cyril Ramaphosa follows suit. pic.twitter.com/vf5pAkgPQo
— ANI (@ANI) August 23, 2023
ସମ୍ମିଳନୀର ପ୍ରଥମ ଅଧିବେଶନରେ ବିଭିନ୍ନ ଦେଶର ନେତାମାନଙ୍କୁ ଗ୍ରୁପ ଫଟୋ ପାଇଁ ମଞ୍ଚକୁ ଆସିବାର ଥିଲା। ତେଣୁ କିଏ କେଉଁଠି ଠିଆ ହେବେ ସେଥିପାଇଁ ସେହି ଦେଶର ଜାତୀୟ ପତାକା ରଖାଯାଇ ମାର୍କ କରାଯାଇଥିଲା ବୋଲି କୁହାଯାଉଛି। ମଞ୍ଚ ଉପରକୁ ଗଲା ପରେ ଜାତୀୟ ପତାକା ତଳେ ପଡ଼ିଥିବା ଦେଖିଲା ମାତ୍ରେ ମୋଦୀ ଏହାକୁ ତୁରନ୍ତ ଉଠାଇ ନିଜ ପକେଟରେ ରଖିଥିଲେ। ଏସବୁ ଦେଖିବା ପରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମଧ୍ୟ ନିଜ ଦେଶର ପତାକାକୁ ଉଠାଇଥିଲେ।
Comments are closed.