Latest Odisha News

BREAKING NEWS

ମନ କୀ ବାତ୍ କାର୍ଯ୍ୟକ୍ରମ: ପାର୍ବଣ ଋତୁରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କୀ ବାତ କାର୍ଯ୍ୟକ୍ରମରେ ରେଡ଼ିଓ ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ପାର୍ବଣ ଋତୁରେ ଦେଶବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଭାରତ କୀ ଲକ୍ଷ୍ମୀ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଆହ୍ୱାନ ଜଣାଇଛନ୍ତି ।

ମୋର ପ୍ରିୟ ଦେଶବାସୀ, ନମସ୍କାର! ବନ୍ଧୁଗଣ,

ଆଜି ମନ୍ କି ବାତ୍ରେସାମିଲ ହୋଇଛନ୍ତି ଦେଶର ଜଣେ ମହାନ ବ୍ୟକ୍ତିତ୍ୱ,ମୁଁତାଙ୍କ କଥା ବି କହିବି । ଆମ ସମସ୍ତ ଭାରତବାସୀଙ୍କ ହୃଦୟରେ ତାଙ୍କ ପ୍ରତି ଖୁବ୍ ସମ୍ମାନ ରହିଛି,ବହୁତ ଆନ୍ତରିକତା ରହିଛି ।ଭାରତର ଏମିତି କୌଣସି ନାଗରିକ ନ ଥିବେ, ଯାହାଙ୍କ ମନରେ ତାଙ୍କ ପାଇଁ ଆଦର ବା ସମ୍ମାନ ଭାବ ନ ଥିବ ।ସେ ବୟସରେ ଆମ ସମସ୍ତଙ୍କଠାରୁ ବେଶ୍ ବଡ଼ଏବଂ ଦେଶର ଭିନ୍ନ ଭିନ୍ନ ପରିସ୍ଥିତି, ଭିନ୍ନ ଭିନ୍ନ ସମୟର ସେ ସାକ୍ଷୀ ରହିଛନ୍ତି ।ଆମେ ତାଙ୍କୁ ଦିଦି କହି ଡାକୁ – ଲତା ଦିଦି । ଏଇ ସେପ୍ଟେମ୍ବର ୨୮ ତାରିଖ ଦିନ ସେ ୯୦ ବର୍ଷରେ ପଦାର୍ପଣ କରିଛନ୍ତି ।

ବିଦେଶ ଯାତ୍ରାରେ ବାହାରିବା ପୂର୍ବରୁ ଦିଦିଙ୍କ ସହ ଫୋନରେ କଥା ହେବାର ସୌଭାଗ୍ୟ ମୋତେ ମିଳିଥିଲା ।ଏହି ବାର୍ତାଳାପ ଠିକ୍ ସେମିତି ଥିଲା, ଯେମିତି ଜଣେ ସାନ ଭାଇ ସ୍ନେହରେ ନିଜ ବଡ଼ ଭଉଣୀ ସହ କଥା ହୋଇଥାଏ ।ମୁଁ ଏଭଳି ବ୍ୟକ୍ତିଗତ ବାର୍ତାଳାପ ସମ୍ପର୍କରେକେବେ ହେଲେ ଚର୍ଚ୍ଚାକରେନି,କିନ୍ତୁ ଆଜି ଚାହୁଁଛି ଯେ,ଆପଣ ମଧ୍ୟ ଲତା ଦିଦିଙ୍କ କଥା ଶୁଣନ୍ତୁ, ଆଉ ସେହି ବାର୍ତାଳାପଟିକୁ ଶୁଣନ୍ତୁ ।ଶୁଣନ୍ତୁ,କେମିତି ବୟସର ଏ ସୋପାନରେ ବି ଲତା ଦିଦି,ଦେଶ ସହ ଜଡ଼ିତ ସବୁ କଥା ପାଇଁ ଉତ୍ସୁକ, ତତ୍ପର ଏବଂ ଭାରତର ପ୍ରଗତିରେ,ବଦଳୁଥିବା ଭାରତରେ, ନୂତନ ଶିଖରକୁ ସ୍ପର୍ଶ କରୁଥିବା ଭାରତରେ ହିଁ ତାଙ୍କ ଜୀବନର ସନ୍ତୁଷ୍ଟି ।

କେତେକ ସହରରେକିଛି ଏନ.ଜି.ଓର ଯୁବବନ୍ଧୁମାନଙ୍କ ଷ୍ଟାର୍ଟ-ଅପ୍ ଏହି କାମ କରୁଛନ୍ତି ।ସେମାନେଲୋକଙ୍କ ଘରୁ ଲୁଗାପଟା, ମିଠେଇ, ଖାଦ୍ୟ, ସବୁକିଛି ଏକତ୍ର କରି ଅଭାବୀ ଲୋକମାନଙ୍କୁ ଖୋଜି ଖୋଜି ସେମାନଙ୍କ ନିକଟରେ ପହଁଚାଉଛନ୍ତି,ବିନା କୌଣସି ପ୍ରଚାର ପ୍ରସାରରେ ସେମାନେ ଏହି କାମ କରୁଛନ୍ତି ।କ’ଣ? ଏଥର,ଏହି ପାର୍ବଣ ଋତୁରେ, ସମ୍ପୂର୍ଣ୍ଣ ସଚେତନତା ଓ ସଂକଳ୍ପ ସହ ଦୀପ ତଳର ଏହି ଅନ୍ଧାରକୁ ଦୂର କରିପାରିବା ତ’?ଅନେକ ଗରିବ ପରିବାରର ଚେହେରାରେ ଝଲସୁଥିବା ହସ-ଖୁସି, ପର୍ବପର୍ବାଣୀରେ ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିଦେବ । ଆପଣଙ୍କ ମୁଖମଣ୍ଡଳ ଆହୁରି ଝଲସି ଉଠିବ । ଆପଣଙ୍କ ଦୀପଟି ଆହୁରି ଜାଜ୍ଜ୍ୱଲ୍ୟମାନ ହୋଇଉଠିବ, ଆପଣଙ୍କ ଦୀପାବଳି ଆହୁରି ଆଲୋକିତ ହୋଇଯିବ ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ଦୀପାବଳିରେ ସୌଭାଗ୍ୟ ଏବଂ ସମୃଦ୍ଧି ରୂପରେ ଘରେ ଘରେ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ।ପାରମ୍ପରିକ ଭାବେ ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରାଯାଇଥାଏ ।ଏଥର ଆମେ ଲକ୍ଷ୍ମୀଙ୍କୁ ନୂତନ ରୂପରେ ସ୍ୱାଗତ କରିପାରିବା କି? ଆମ ସଂସ୍କୃତିରେ ଝିଅମାନଙ୍କୁ ଲକ୍ଷ୍ମୀ ରୂପେ ବିବେଚନା କରାଯାଇଛି, କାରଣ ଝିଅ ସୌଭାଗ୍ୟ ଓ ସମୃଦ୍ଧିନେଇ ଆସିଥାଏ ।ଏଥର ଆମେ ଆମ ସମାଜରେ, ଗାଁରେ, ସହରରେ,ଝିଅମାନଙ୍କ ସମ୍ମାନାର୍ଥେ କିଛି କାର୍ଯ୍ୟକ୍ରମ ଆୟୋଜନ କରିିପାରିବା କି? ସାର୍ବଜନୀନ କାର୍ଯ୍ୟକ୍ରମ ରଖାଯାଇପାରେ ।ଆମମାନଙ୍କ ଗହଣରେ ଏମିତି ଅନେକ ଝିଅ ଥିବେ, ଯେଉଁମାନେ ନିଜ ପରିଶ୍ରମ, ଅଧ୍ୟବସାୟ ଏବଂ ପ୍ରତିଭା ବଳରେନିଜ ପରିବାରର, ସମାଜର, ଦେଶର ସୁନାମ ବୃଦ୍ଧି କରୁଛନ୍ତି ।ଏଥର ଦୀପାବଳିରେ ଭାରତର ଏହି ଲକ୍ଷ୍ମୀଙ୍କ ସମ୍ମାନ ପାଇଁ ଆମେ କିଛି କାର୍ଯ୍ୟକ୍ରମର ଆୟୋଜନ କରିପାରିବା କି?ଆମ ଆଖପାଖରେ ଏଭଳି ଅନେକ ଝିଅ-ବୋହୂ ଥିବେ, ଯେଉଁମାନେ କିଛି ନା କିଛିଅସାଧାରଣ କାର୍ଯ୍ୟ କରୁଥିବେ ।କେହି ଗରିବ ପିଲାମାନଙ୍କୁ ପାଠ ପଢ଼ାଉଥିବ,କେହି ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟକୁ ନେଇ ସଚେତନତା ସୃଷ୍ଟି କରୁଥିବ ତ’ କେହି ଡାକ୍ତର, ଇଞ୍ଜିନିୟର ହୋଇ ସମାଜର ସେବା କରୁଥିବ ।

କେହି ପୁଣି ଓକିଲ ହୋଇ କାହାର ନ୍ୟାୟ ପ୍ରାପ୍ତି ପାଇଁପ୍ରୟାସରତ ଥିବ । ଆମ ସମାଜରେ ଏଭଳି ଝିଅଙ୍କୁ ଚିହ୍ନଟ କରନ୍ତୁ, ସେମାନଙ୍କୁ ସମ୍ବର୍ଦ୍ଧିତ କରନ୍ତୁ ଏବଂ ସେମାନଙ୍କୁ ନେଇ ଗର୍ବ ଅନୁଭବ କରନ୍ତୁ ।ସମଗ୍ର ଦେଶରେ ଏମାନଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମମାନ ଆୟୋଜିତ ହେଉ ।ଗୋଟିଏ କାମ ଆହୁରି କରିପାରିବା ଯେ, ଏହି ଝିଅମାନଙ୍କ ଉପଲବ୍ଧି ସମ୍ପର୍କରେ ସୋସିଆଲ ମିଡିଆରେ ଅଧିକରୁ ଅଧିକ ଶେୟାର କରିବା,ଆଉହାଶ୍ଟ୍ୟାଗ ବ୍ୟବହାର କରିବା,୰‘ଭାରତ କୀ ଲକ୍ଷ୍ମୀ’ -ଯେମିତି ଆମେ ସମସ୍ତେ ମିଶିସେଲ୍ଫି ୱିଥ୍ ଡଟର୍ ନାମରେ ଗୋଟିଏ ମହାଅଭିଯାନ ଚଳାଇଥିଲୁ ଆଉ ପରେ ତାହା ସାରା ଦୁନିଆକୁ ବ୍ୟାପିଯାଇଥିଲା,ସେହିଭଳିଏଥର ଆମେ ‘ଭାରତ କି ଲକ୍ଷ୍ମୀ’ ନାଁ ରେ ଅଭିଯାନଟିଏ ଚଳାଇବା ।ଭାରତର ଲକ୍ଷ୍ମୀକୁ ପ୍ରୋତ୍ସାହନର ଅର୍ଥ ହେଉଛି ଦେଶ ଏବଂ ଦେଶବାସୀଙ୍କ ସମୃଦ୍ଧିର ପଥକୁ ମଜଭୁତ କରିବା ।

ମୋର ପ୍ରିୟ ଦେଶବାସୀଗଣ, ମୁଁଆଗରୁ ମଧ୍ୟ କହିଛି ଯେ, ମନ୍ କି ବାତ୍ ର ବହୁତ ବଡ଼ ଲାଭ ହେଉଛିଯେ, ମୋତେ ଅନେକ ଜଣା-ଅଜଣା ଲୋକଙ୍କ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଭାବବିନିମୟ କରିବାର ସୁଯୋଗ ମିଳି ଯାଉଛି ।ବିଗତ ଦିନରେ ସୁଦୂର ଅରୁଣାଚଳରୁ ଜଣେ ଛାତ୍ରୀ ଅଲିନା ତାୟଙ୍ଗ୍ ମୋତେ ବହୁତ ଋଚିପୂର୍ଣ୍ଣ ଚିଠି ପଠେଇଛନ୍ତି ।ଆଉ ସେଥିରେ ସେ ଯାହା ଲେଖିଛନ୍ତି – ମୁଁଆପଣଙ୍କ ଆଗରେ ଚିଠିଟି ପଢ଼ିଦେଉଛି . . . ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀ!ମୋ ନା ଅଲୀନା ତାୟଙ୍ଗ । ମୁଁଅରୁଣାଚଳ ପ୍ରଦେଶର ରୋଇଙ୍ଗଠାରେ ରହୁଛି । ଏଥର ଯେତେବେଳେ ମୋର ପରୀକ୍ଷା ଫଳ ବାହାରିଲା ସେତେବେଳେ ମୋତେ କିଛି ଲୋକ ପଚାରିଲେ ଯେ, ତୁମେଋଙ୍ଘବଜ୍ଞ ଡବକ୍ସକ୍ସସକ୍ଟକ୍ସଗ୍ଦବହିଟି ପଢ଼ିଛ କି ?ମୁଁ କହିଲି,ଏଇ ବହିଟି ମୁଁ ପଢ଼ିନି ।କିନ୍ତୁ ଫେରିବା ପରେ ମୁଁଏହି ବହିଟି କିଣିଲି ଆଉ ତାକୁ ୨-୩ଥର ପଢ଼ିଦେଲି ।ତା ପରେ ମୋ ଅନୁଭୁତି ଖୁବ ଭଲ ହେଲା ।ମୋତେ ଲାଗିଲା ଯେ, ଯଦି ଏହି ବହିଟି ମୁଁପରୀକ୍ଷା ପୂର୍ବରୁ ପଢ଼ିଥାନ୍ତି,ତା’ ହେଲେ ମୋତେ ଯଥେଷ୍ଟ ଲାଭ ମିଳିଥାନ୍ତା ।ମୋତେ ଏହି ବହିର ଅନେକ ଦିଗ ଭଲ ଲାଗିଲା ।କିନ୍ତୁ ମୁଁଏ କଥା ମଧ୍ୟ ଲକ୍ଷ୍ୟ କଲି ଯେ ଏଥିରେ ଛାତ୍ରଛାତ୍ରୀଙ୍କ ପାଇଁ ବହୁଗୁଡ଼ିଏ ମନ୍ତ୍ର ରହିଛି ।କିନ୍ତୁ ଅଭିଭାବକ ଓ ଶିକ୍ଷକମାନଙ୍କ ପାଇଁ ଏହି ବହିରେ ବେଶୀ କିଛି ନାହିଁ ।ଯଦି ଆପଣ ଏହି ବହିର ନୂଆ ସଂସ୍କରଣବିଷୟରେ କିଛି ଚିନ୍ତା କରୁଛନ୍ତିତା ହେଲେ ସେଥିରେ ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଅଧିକ କିଛି ମନ୍ତ୍ର,ଆହୁରି କିଛି ବିଷୟବସ୍ତୁନିଶ୍ଚୟ ସାମିଲ କରନ୍ତୁ ।

” ଦେଖନ୍ତୁ,ମୋ ଯୁବବନ୍ଧୁମାନଙ୍କର ବି ବିଶ୍ୱାସ ରହିଛି ଯେ, ଦେଶର ପ୍ରଧାନ ସେବକକୁ କିଛି କାମ ଦେଲେ ତାହା ନିଶ୍ଚୟ ପୂର୍ଣ୍ଣହୋଇଯିବ । ମୋର କୁନି ଛାତ୍ରୀବନ୍ଧୁ!ଚିଠି ଲେଖିଥିବାରୁ ପ୍ରଥମେ ଆପଣଙ୍କୁ ଧନ୍ୟବାଦ । ଋଙ୍ଘବଜ୍ଞ ଡବକ୍ସକ୍ସସକ୍ଟକ୍ସଗ୍ଦବହିଟିକୁ ୨-୩ଥର ପଢ଼ିବା ପାଇଁ ଧନ୍ୟବାଦ । ଆଉ,ପଢ଼ିବା ସମୟରେ ସେଥିରେ କ’ଣ ଊଣା ରହିଛି ତାହାମଧ୍ୟ ମୋତେ ସୂଚାଇ ଥିବାରୁ ବହୁତ ବହୁତ ଧନ୍ୟବାଦ ।ଏଥି ସହମୋର ଏହି କୁନି ବନ୍ଧୁଜଣକ ମୋତେ ଗୋଟିଏ ଦାୟିତ୍ୱ ମଧ୍ୟ ଦେଇଛନ୍ତି ।କିଛି କରିବା ପାଇଁ ଆଦେଶ ଦେଇଛନ୍ତି ।ମୁଁ ନିଶ୍ଚୟ ଆପଣଙ୍କ ଆଦେଶକୁ ପାଳନ କରିବି ।ଆପଣ ଯେମିତି କହିଛନ୍ତି, ଯଦି ମୁଁ ନୂଆ ରୟସଗ୍ଧସକ୍ଟଦ୍ଭପାଇଁ ସମୟ ବାହାର କରିପାରିଲି,ତା’ହେଲେ ସେଥିରେ ମୁଁ ଅଭିଭାବକ, ଶିକ୍ଷକମାନଙ୍କ ପାଇଁ, ନିଶ୍ଚୟ କିଛି ଲେଖିବି ।କିନ୍ତୁମୁଁଆପଣମାନଙ୍କୁ ଅନୁରୋଧ କରିବି ଯେ, ଆପଣମାନେ ମୋତେ ସାହାଯ୍ୟ କରିପାରିବେକି?ଦୈନନ୍ଦିନ ଜୀବନରେ ଆପଣ କ’ଣ ଅନୁଭବ କରୁଛନ୍ତି?ଦେଶର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକମାନଙ୍କୁ ମୋର ଅନୁରୋଧ ଯେ, ଆପଣ ଚିନ୍ତାମୁକ୍ତ ପରୀକ୍ଷାସହ ଜଡ଼ିତ ସମସ୍ତ ଦିଗକୁ ନେଇ ନିଜର ଅନୁଭୂତି ମୋତେ ଜଣାନ୍ତୁ, ନିଜର ପରାମର୍ଶ ଦିଅନ୍ତୁ ।ମୁଁନିଶ୍ଚୟ ସେଗୁଡ଼ିକୁ ପଢ଼ିବି ।ତା’ ଉପରେ ଚିନ୍ତା କରିବି ।ଆଉ ସେଥିରୁ ମୋତେ ଯାହା ଠିକ୍ ଲାଗିବ ତାକୁ ମୁଁ ମୋ ନିଜ ଭାଷାରେ, ନିଜ ଢଙ୍ଗରେ ନିଶ୍ଚୟ ଲେଖିବାକୁ ଚେଷ୍ଟା କରିବି । ଆଉ, ଯଦି ଆପଣଙ୍କର ପ୍ରସ୍ତାବ ବହୁ ମାତ୍ରାରେ ଆସେ, ତେବେ ମୋର ନୂଆସଂସ୍କରଣ କଥା ପକ୍କା ହୋଇଯିବ ।ତେଣୁ ମୁଁ ଆପଣଙ୍କ ମତକୁ ଅପେକ୍ଷା କରିବି ।ଅରୁଣାଚଳର ଆମର କୁନି ବନ୍ଧୁ,ଛାତ୍ରୀ ଅଲୀନା ତାୟଙ୍ଗଙ୍କ ପ୍ରତି ପୁଣି ଥରେ କୃତଜ୍ଞତା ପ୍ରକାଶ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଆପଣ ଖବରକାଗଜ, ଟେଲିଭିଜନ ମାଧ୍ୟମରେ ଦେଶର ପ୍ରଧାନମନ୍ତ୍ରୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣନ୍ତି ଆଉ ବ୍ୟସ୍ତତା ସମ୍ପର୍କରେ ଆଲୋଚନା ମଧ୍ୟ କରନ୍ତି ।କିନ୍ତୁ,ଆପଣମାନେ ଜାଣିଛନ୍ତି କି ନାହିଁ,ମୁଁ ବି ଆପଣଙ୍କ ଭଳି ଜଣେ ସାଧାରଣ ମଣିଷ ।ଜଣେ ସାଧାରଣ ନାଗରିକ ।ତେଣୁଗୋଟିଏ ସାଧାରଣ ଜୀବନ ଉପରେ ଯେଉଁସବୁ କଥାର ପ୍ରଭାବ ପଡ଼ିଥାଏ,ସେହିଭଳି ପ୍ରଭାବ ମୋ ଜୀବନ ଉପରେ, ମୋ ମନ ଉପରେ ବି ପଡ଼ିଥାଏ, କାରଣ ମୁଁ ବି ଆପଣଙ୍କ ଭିତରୁ ହିଁ ବାହାରିଛି । ଦେଖନ୍ତୁ,ଏଥର ୟ.ଏସ୍. ଓପନ୍ରେ ବିଜୟୀଙ୍କ ସମ୍ପର୍କରେ ଯେତିକି ଆଲୋଚନା ହେଉଥିଲା, ରନର୍ସଅପଡାନିଲ ମେଡଭେଡେଭଙ୍କ ବକ୍ତବ୍ୟକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହେଉଥିଲା । ସୋସିଆଲ ମିଡିଆରେ ଏହା ବହୁଳ ଭାବେ ପ୍ରସାରିତ ହୋଇଥିଲା, ତେଣୁ ମୁଁ ବି ସେହି ଭାଷଣଟିକୁ ଶୁଣିଲି ଆଉ ମ୍ୟାଚ ବି ଦେଖିଲି ।୨୩ ବର୍ଷୀୟ ଡାନିଲ ମେଡଭେଡେଭତାଙ୍କ ସରଳତାଆଉ ତାଙ୍କପରିପକ୍ୱତା ସମସ୍ତଙ୍କୁ ପ୍ରଭାବିତ କରିପାରିବା ଭଳି ଥିଲା । ମୁଁ ନିଜେ ମଧ୍ୟ ପ୍ରଭାବିତ ହେଲି ।

ଏହି ବକ୍ତବ୍ୟର ମାତ୍ର କିଛି ସମୟ ପୂର୍ବରୁ ସେ ୧୯ଥର ଗ୍ରାଣ୍ଡ ସ୍ଲାମ୍ ବିଜେତା ଏବଂ ଟେନିସ୍ କିମ୍ବଦନ୍ତୀ ରାଫେଲ ନାଡାଲଙ୍କ ଠାରୁ ଫାଇନାଲ୍ରେ ହାରି ଯାଇଥିଲେ ।ଏହି ଅବସରରେ ଅନ୍ୟ କେହି ହୋଇଥିଲେସେ, ଉଦାସ ଓ ହତାଶ ହୋଇଯାଇଥାନ୍ତା । କିନ୍ତୁତାଙ୍କ ଚେହେରା ମଳିନ ପଡ଼ି ନ ଥିଲା ।ବରଂ ସେ ନିଜ କଥା ଦ୍ୱାରା ଅନ୍ୟମାନଙ୍କ ମୁଖମଣ୍ଡଳରେ ହସ ଫୁଟାଇଦେଲେ । ତାଙ୍କର ବିନମ୍ରତା, ସରଳତା ଏବଂ ବାସ୍ତବରେ କହିବାକୁ ଗଲେ ଯେଉଁ ଖେଳୁଆଡ଼ ମନୋଭାବଦେଖିବାକୁ ମିଳିଲା,ତାହା ସମସ୍ତଙ୍କ ମନ ମୋହି ନେଲା ।ତାଙ୍କ କଥାକୁ ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଉତ୍ସାହର ସହିତ ସ୍ୱାଗତ କରିଥିଲେ ।ଡାନିଲ୍ଚାମ୍ପିୟନ ନାଡାଲ୍ଙ୍କର ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ ।ନାଡାଲ୍ ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କୁ ଟେନିସ୍ ଖେଳ ପାଇଁ କିଭଳି ପ୍ରେରିତ କରିଛନ୍ତି, ତାହା ମଧ୍ୟ ସେ ଉଲ୍ଲେଖ କରିଥିଲେ ।ସେ ଏ କଥା ମଧ୍ୟ କହିଲେ ଯେ, ତାଙ୍କ ସହ ଖେଳିବା କେତେ କଷ୍ଟକର ଥିଲା ।ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରି ହାରିବା ପରେ ମଧ୍ୟ ସେ ନିଜ ପ୍ରତିଦ୍ୱନ୍ଦ୍ୱୀ ନାଡାଲଙ୍କ ପ୍ରଶଂସା କରି ଖେଳୁଆଡ଼ ମନୋଭାବର ଜୀବନ୍ତ ପ୍ରମାଣ ଦେଲେ ।ଅବଶ୍ୟ, ଚାମ୍ପିୟନ ନାଡାଲ୍ ମଧ୍ୟ ଡାନିଲ୍ଙ୍କ ଖେଳର ଖୁବ୍ ପ୍ରଶଂସା କଲେ ।ଗୋଟିଏ ମ୍ୟାଚ୍ରେ ପରାଜିତ ଖେଳାଳୀଙ୍କ ଉତ୍ସାହ ଏବଂ ବିଜୟୀଖେଳାଳୀଙ୍କ ବିନମ୍ରତା, ଉଭୟ ଦେଖିଲା ଭଳି ଥିଲା ।ଆପଣ ଯଦି ଡାନିଲ ମେଡଭେଡଭଙ୍କ ବକ୍ତବ୍ୟ ଶୁଣିନାହାନ୍ତି, ତା’ହେଲେ ଏହାର ଭିଡିଓଟି ଦେଖିବା ପାଇଁ ମୁଁଆପଣଙ୍କୁ, ବିଶେଷ କରି ଯୁବବର୍ଗଙ୍କୁ ଅନୁରୋଧ କରୁଛି ।ଏଥିରେ ସବୁ ଶ୍ରେଣୀ ଓ ସବୁ ବୟସର ଲୋକଙ୍କ ପାଇଁ ଅନେକ କିଛି ଶିଖିବାର ରହିଛି ।

ଏହା ସେହି ମୁହୂର୍ତ,ଯାହା ଜୟ-ପରାଜୟଠାରୁ ଅନେକ ଉଦ୍ଧ୍ୱର୍ରେ ।ଏଠାରେ ଜୟ-ପରାଜୟର କୌଣସି ଅର୍ଥ ନାହିଁ । ଜୀବନ ବିଜୟ ଲାଭ କରେ । ସେହି କଥାକୁ ଆମ ଶାସ୍ତ୍ରରେ ତ’ ବହୁତ ଭଲ ଢଙ୍ଗରେ କୁହାଯାଇଛି ।ଆମ ପୂର୍ବପୁରୁଷମାନଙ୍କ ଚିନ୍ତାଧାରା ପ୍ରକୃତରେ ପ୍ରଶଂସନୀୟ ।ଆମ ଶାସ୍ତ୍ରରେ କୁହାଯାଇଛି –

ଆମେ ସମସ୍ତେ ଜାଣିଛୁ ଯେ ତମାଖୁର ନିଶା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ଆଉ ଏହି ବଦଭ୍ୟାସକୁ ଛାଡ଼ିବା ବି ଖୁବ କଷ୍ଟକର ହୋଇଥାଏ ।ତମାଖୁ ସେବନ କରୁଥିବା ଲୋକଙ୍କୁ କ୍ୟାନ୍ସର, ଡାଏବେଟିସ, ବ୍ଲଡ ପ୍ରେସର୍ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଖୁବ ବଢ଼ିଯାଏ ।ଏ କଥା ସମସ୍ତେ କହନ୍ତି । ତମାଖୁରେ ରହିଥିବା ନିକୋଟିନ୍ ଯୋଗୁଁ ନିଶା ହୋଇଥାଏ । କିଶୋରାବସ୍ଥାରେ ଏହାର ସେବନ ଯୋଗୁଁ ମସ୍ତିଷ୍କର ବିକାଶ ମଧ୍ୟ ପ୍ରଭାବିତ ହୋଇଥାଏ । କିନ୍ତୁ,ଆଜି ମୁଁ ଗୋଟିଏ ନୂଆ ବିଷୟରେ ଆପଣମାନଙ୍କ ସହ କଥା ହେବାକୁ ଚାହୁଁଛି ।ଆପଣମାନେ ଜାଣିଥିବେ,ନିକଟରେ ଭାରତରେ ଇ-ସିଗାରେଟ୍ ଉପରେ ନିଷେଧାଦେଶ ଜାରି କରାଗଲା । ସାଧାରଣ ସିଗାରେଟ୍ ଠାରୁ ଭିନ୍ନ ଇ-ସିଗାରେଟ୍ଗୋଟିଏ ପ୍ରକାରର ଇଲେକ୍ଟ୍ରୋନିକ ଉପକରଣ । ଇ-ସିଗାରେଟ୍ରେ ନିକୋଟିନ୍ ଯୁକ୍ତ ତରଳ ପଦାର୍ଥକୁ ଗରମ କଲେ ଏକ ପ୍ରକାର ରାସାୟନିକ ଧୂଆଁ ସୃଷ୍ଟି ହୋଇଥାଏ ।ଏହା ମାଧ୍ୟମରେ ନିକୋଟିନ୍ ସେବନ କରାଯାଇଥାଏ । ସାଧାରଣ ସିଗାରେଟ୍ ର ବିପଦକୁ ଆମେ ସମସ୍ତେ ଭଲ ଭାବେ ଜାଣିଥିବା ବେଳେ ଇ-ସିଗାରେଟ୍ ବିଷୟରେ ଗୋଟିଏ ଭ୍ରମ ଧାରଣା ସୃଷ୍ଟି କରାଯାଇଛି ।ଇ-ସିଗାରେଟ୍ ଦ୍ୱାରା କୌଣସି କ୍ଷତି ହୁଏନି ବୋଲି ଏକ ବିଭ୍ରାନ୍ତିକର ପ୍ରଚାର କରାଯାଇଛି । ଅନ୍ୟ ସିଗାରେଟ୍ ଭଳି ଦୁର୍ଗନ୍ଧ ସୃଷ୍ଟି ନ ହେବା ପାଇଁ ଏଥିରେ ସୁଗନ୍ଧିତ ରାସାୟନିକ ଦ୍ରବ୍ୟ ମିଶାଯାଉଥିଲା ।

ଆଖପାଖରେ ଆମେ ଦେଖିଛୁ, ଘରେ ବାପା ଯଦି ଚେନ୍ ସ୍ମୋକର୍ ହୋଇଥିବେ, ତଥାପି, ଘରର ଅନ୍ୟ ଲୋକମାନଙ୍କୁ ସେ ସିଗାରେଟ୍ ଟାଣିବାରୁ ବିରତ କରୁଥିଲେ, ତାଗିଦ୍ କରୁଥିଲେ ।ଏବଂ ନିଜ ପିଲାମାନଙ୍କୁ ସିଗାରେଟ୍ ଠାରୁ ଦୂରରେ ରଖିବାକୁ ଚାହୁଁଥିଲେ । ସବୁବେଳେ ତାଙ୍କର ଏହି ପ୍ରଚେଷ୍ଟା ରହୁଥିଲା ଯେ, ପରିବାରର କେହି ଧୂମପାନ ନ କରନ୍ତୁ ।ସେ ଜାଣନ୍ତି ଯେ, ଧୂମପାନ, ତମାଖୁ ସେବନ ଦ୍ୱାରା, ଶରୀରର ଭୟଙ୍କର କ୍ଷତି ହୋଇଥାଏ ।ସିଗାରେଟ୍ ର ବିପଦକୁ ନେଇ କୌଣସି ପ୍ରକାର ବିଭ୍ରାନ୍ତି ନାହିଁ ।ଏହା କ୍ଷତି କରିଥାଏ, ଏ କଥା ଏହାକୁ ବିକ୍ରି କରିବା ଲୋକ ମଧ୍ୟ ଜାଣେ, ଟାଣିବା ବାଲା ବି ଜାଣେ ଆଉ ଦେଖିବା ଲୋକ ବି ଜାଣେ । କିନ୍ତୁ ଇ-ସିଗାରେଟ୍ କଥା ବହୁତ ଭିନ୍ନ ।ଇ-ସିଗାରେଟ୍ କୁ ନେଇ ଲୋକଙ୍କ ମଧ୍ୟରେ ସେତେଟା ସଚେତନତା ନାହିଁ । ସେମାନେ ଏହାର ବିପଜ୍ଜନକ ପରିଣାମ ସମ୍ପର୍କରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଅଜ୍ଞ ।

ଏଥିଯୋଗୁ ବେଳେବେଳେ କୌତୁହଳବଶତଃ ଇ-ସିଗାରେଟ୍ ଚୁପ୍ଚାପ୍ ଘର ଭିତରେ ପ୍ରବେଶ କରିଯାଇଥାଏ ।ପିଲାମାନେ, ଜଣେ ଆର ଜଣକୁବେଳେ ବେଳେ ମ୍ୟାଜିକ ଦେଖାଉଛି କହି ଏହାର ପ୍ରୟୋଗ କରି ଦେଇଥାନ୍ତି ।ପରିବାରରେ ବାପା-ମା ଙ୍କ ଆଗରେ ବି – ଦେଖନ୍ତୁ, ଗୋଟିଏ ନୂଆ ଯାଦୁଖେଳ ଦେଖାଉଛି,ବିନା ଦିଆସିଲି, ବିନା ନିଆଁରେ କେମିତି ପାଟିରୁ ଧୂଆଁ ବାହାର କରିପାରୁଛି କହି ଏହାର ପ୍ରୟୋଗ କରିଥାନ୍ତି ।ଆଉ ଯାଦୁ ଖେଳ ଦେଖିବା ପରି ଖୁସି ହୋଇ ପରିବାର ଲୋକ ମଧ୍ୟ ତାଳି ମାରିଥାନ୍ତି ।ଏହା ହେଉଛି ସୂଚନା ଅଭାବର ପରିଣାମ ।ଘରର କିଶୋର କିମ୍ବା ଯୁବକ ଯଦି ଥରେ ଏହି କୁଚକ୍ରରେ ଫସିଯାଆନ୍ତି, ଧିରେ ଧିରେ ସେମାନେ ଏହି ନିଶାରେ ଅଭ୍ୟସ୍ତ ହୋଇଯାଆନ୍ତି । ଏହି କୁଅଭ୍ୟାସର ଶୀକାର ହୋଇଯାଆନ୍ତି ।ଆମର ଯୁବ-ସମ୍ପଦ ବିନାଶର ମାର୍ଗରେ ବାହାରି ପଡୁଛନ୍ତି ।ଅଜାଣତରେ ଚାଲିଯାଉଛନ୍ତି ସେହି ରାସ୍ତାରେ । ପ୍ରକୃତରେ, ଇ-ସିଗାରେଟ୍ରେ କିଛି କ୍ଷତିକାରକ ରାସାୟନିକ ଦ୍ରବ୍ୟ ମିଶାଯାଏ, ଯାହା ସ୍ୱାସ୍ଥ୍ୟ ଉପରେ ବହୁତ କୁପ୍ରଭାବ ପକାଇଥାଏ ।ଆପଣମାନେ ତ ଜାଣନ୍ତି, ଯେତେବେଳେ ଆମ ଆଖପାଖରେ କେହି ଧୂମପାନ କରୁଥାଏ, ତା ଗନ୍ଧରେ ଆମକୁ ଏହା ଜଣାପଡ଼ିଯାଏ ।ତା’ପକେଟ୍ରେ ସିଗାରେଟ୍ ପ୍ୟାକେଟ୍ଟିଏ ଥିଲେ ବି ଗନ୍ଧରୁ ଜଣାପଡ଼ିଯାଏ । କିନ୍ତୁ ଇ-ସିଗାରେଟ୍ କ୍ଷେତ୍ରରେ ଏଭଳି ହୁଏନି । ଏଭଳି ପରିସ୍ଥିତିରେ, ଅନେକ କିଶୋର, ଯୁବବର୍ଗ, ନିଜ ଜାଣତରେ କିମ୍ବା ଅଜାଣତରେ ଆଉ ପୁଣି କେତେବେଳେ ଲବଗ୍ଦଷସକ୍ଟଦ୍ଭ ଗ୍ଦଗ୍ଧବଗ୍ଧରଜ୍ଞରଦ୍ଭଗ୍ଧରୂପେ ଏହାକୁ ବହୁତ ଗର୍ବରେ ନିଜ ବହିପତ୍ର ସାଙ୍ଗରେ, ନିଜ ଅଫିସରେ, ନିଜ ପକେଟ୍ରେ, ବେଳେ ବେଳେ ନିଜ ହାତରେ ଧରି ବୁଲୁଥିବା ନଜରକୁ ଆସୁଛି ।ସେମାନେ ଏହାର ଶିକାର ହୋଇଯାଉଛନ୍ତି ।ଯୁବ ପିଢ଼ି ଦେଶର ଭବିଷ୍ୟତ ।ଇ-ସିଗାରେଟ୍ ଉପରେ ନିଷେଧାଦେଶ ଜାରି କରାଯାଇଛି,ଯାହା ଫଳରେ ନିଶା ସେବନର ଏହି ନୂଆ ପଦ୍ଧତି ଆମ ଯୁବ ଦେଶକୁ ନଷ୍ଟ କରିନଦେଉ ।ଆମ ପରିବାରର ସ୍ୱପ୍ନକୁ ଦଳି ମକଚି ନଦେଉ । ପିଲାଙ୍କ ଜୀବନ ନଷ୍ଟ ହୋଇ ନଯାଉ ।ଏହି ରୋଗ,ଏହି ବଦଭ୍ୟାସ ସମାଜକୁ କବଳିତ କରିନଦେଉ ।

ଏମାନେ ନିଜ ପାଇଁ ନୁହେଁ ବରଂ ଅନ୍ୟ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ଏ ଭଳି ଜଣେ ମହାନ ସନ୍ଥଙ୍କୁ ଆଗାମୀ ଅକ୍ଟୋବର ୧୩ ତାରିଖରେ ଭାଟିକାନ ସିଟିରେ ସମ୍ମାନିତ କରାଯିବ । ପୋପ୍ ଫ୍ରାନ୍ସିସ୍ ଆସନ୍ତା ଅକ୍ଟୋବର ୧୩ ତାରିଖରେ ମରିୟମ୍ ଥ୍ରେସିୟାଙ୍କୁ ସନ୍ଥ ଭାବେ ଘୋଷଣା କରିବେ । ସିଷ୍ଟର ମରିୟମ୍ ଥ୍ରେସିୟା ତାଙ୍କର ୫୦ ବର୍ଷର ଛୋଟ ଜୀବନକାଳ ଭିତରେ ମାନବ ସମାଜର ହିତ ପାଇଁ ଯେଭଳି କାର୍ଯ୍ୟ କରିଛନ୍ତି ତାହା ସାରା ବିଶ୍ୱ ପାଇଁ ଉଦାହରଣ ହୋଇରହିବ । ସମାଜସେବା ଏବଂ ଶିକ୍ଷା କ୍ଷେତ୍ର ପ୍ରତି ତାଙ୍କର ଅଦ୍ଭୂତ ଯୋଗଦାନ ଥିଲା । ସେ ଅନେକ ସ୍କୁଲ, ହଷ୍ଟେଲ ଆଉ ଅନାଥାଶ୍ରମ ନିର୍ମାଣ କରିଛନ୍ତି ଏବଂ ଆଜୀବନ ସେହି ମିଶନରେ ନିଜକୁ ନିୟୋଜିତ କରିଛନ୍ତି । ସିଷ୍ଟର ଥ୍ରେସିୟା ଯେଉଁ କାମ ଆରମ୍ଭ କରିଛନ୍ତି ତାକୁ ନିଷ୍ଠା ଓ ସମର୍ପଣ ଭାବ ସହ ସମ୍ପୂର୍ଣ୍ଣ କରିଛନ୍ତି । ସେ ଉକ୍ଟଦ୍ଭଶକ୍ସରଶବଗ୍ଧସକ୍ଟଦ୍ଭ କ୍ଟଲ ଗ୍ଧଷର ଝସଗ୍ଦଗ୍ଧରକ୍ସଗ୍ଦ କ୍ଟଲ ଗ୍ଧଷର ଷକ୍ଟକ୍ଷଚ୍ଚ ଲବଜ୍ଞସକ୍ଷଚ୍ଚ ନାମକ ଅନୁଷ୍ଠାନ ପ୍ରତିଷ୍ଠାକରିଥିଲେ, ଯାହା ଆଜି ବି ତାଙ୍କର ଜୀବନ ଦର୍ଶନ ଓ ମିଶନକୁ ଆଗେଇ ନେବାରେ ବ୍ରତୀ ହୋଇଛି । ସିଷ୍ଟର ମରିୟମ୍ ଥ୍ରେସିସ୍ଙ୍କୁ ମୁଁ ପୁନଃ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଭାରତର ଲୋକମାନଙ୍କୁ ବିଶେଷକରି ଖ୍ରୀଷ୍ଟିୟାନ୍ ଭାଇଭଉଣୀମାନଙ୍କୁ ଏହି ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଉଛି ।\n ମୋର ପ୍ରିୟ ଦେଶବାସୀ, ଖାଲି ଭାରତ ନୁହେଁ ସାରା ବିଶ୍ୱ ପାଇଁ ଏହା ଗର୍ବର ବିଷୟ ଯେ ଆଜି ଆମେ “ଗାନ୍ଧୀ ଅ ୧୫୦” ପାଳନ କରୁଛୁ, ଆଉ ତା’ସହିତ ଦେଶର ୧୩୦ କୋଟି ଜନତା ଝସଦ୍ଭଶକ୍ଷର ଙ୍କଗ୍ଦର ଚକ୍ଷବଗ୍ଦଗ୍ଧସମରୁ ମୁକ୍ତ ହେବାର ସଂକଳ୍ପ ନେଇଛନ୍ତି । ପରିବେଶ ସୁରକ୍ଷା ଦିଗରେ ଆଜି ଭାରତ ଯେମିତି ସାରା ବିଶ୍ୱରେ ଅଗ୍ରଣୀ ଭୂମିକା ନେଇଛି, ସେଥିପାଇଁ ଆଜି ସବୁ ଦେଶର ଦୃଷ୍ଟି ଭାରତ ଆଡ଼କୁ କେନ୍ଦ୍ରିତ ହୋଇଛି । ମୋର ପୂର୍ଣ୍ଣ ବିଶ୍ୱାସ, ଆପଣମାନେ ସମସ୍ତେ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେଉଥିବା ଝସଦ୍ଭଶକ୍ଷର ଙ୍କଗ୍ଦର କ୍ଟ୍ରକ୍ଷବଗ୍ଦଗ୍ଧସମ ମୁକ୍ତି ଅଭିଯାନରେ ନିଶ୍ଚିତ ଭାବେ ଅଂଶଗ୍ରହଣ କରିବେ । ବିଭିନ୍ନ ସ୍ଥାନରେ ଲୋକମାନେ ନିଜ ନିଜଉପାୟରେ ଏହି ଅଭିଯାନରେ ଯୋଗଦାନ କରୁଛନ୍ତି । କିନ୍ତୁ ଆମଦେଶର ଜଣେ ଯୁବକ ଏ ଦିଗରେ ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି । ତାଙ୍କର ଏହି କାମ ମୋ ଦୃଷ୍ଟିକୁ ଆସିଲା ପରେ ମୁଁ ତାଙ୍କ ସହ ଫୋନ୍ରେ କଥାହୋଇ ତାଙ୍କର ଏହି ନୂତନ ପ୍ରୟୋଗକୁ ଜାଣିବାକୁ, ବୁଝିବାକୁ ଚେଷ୍ଟା କଲି । ହୁଏତ ତାଙ୍କର ଏ କଥା – ଦେଶର ଅନ୍ୟ ଲୋକମାନଙ୍କ କାମରେ ମଧ୍ୟ ଲାଗିପାରେ । ଶ୍ରୀମାନ୍ ରିପୁଦମନ ବେଲ୍ଭୀ ଗୋଟିଏ ନିଆରା ପ୍ରୟାସ କରିଛନ୍ତି । ସେ ଚକ୍ଷକ୍ଟଶଶସଦ୍ଭଶକରୁଛନ୍ତି । ପ୍ରଥମ ଥର ଯେତେବେଳେ ମୁଁଚକ୍ଷକ୍ଟଶଶସଦ୍ଭଶ ଶବ୍ଦ ଶୁଣିଲି, ତାହା ମୋ ପାଇଁ ନୂଆ ଥିଲା । ବିଦେଶରେ ବୋଧହୁଏ କିଛିମାତ୍ରାରେ ଏହି ଶବ୍ଦର ପ୍ରୟୋଗ ହେଲାଣି । କିନ୍ତୁ ଭାରତରେ ରିପୁଦମନ୍ ବେଲ୍ଭୀ ହିଁ ଏହି ଶବ୍ଦଟିକୁ ବିଶେଷ ପ୍ରଚାରିତ କରିଛନ୍ତି ।

ଏଥିପାଇଁ ଯାହା ଯାହା ସାବଧାନତା ଆବଶ୍ୟକ ସେଭଳି ସାବଧାନତା ନିଶ୍ଚୟ ଆପଣାନ୍ତୁ । ଖୁସି ବି ହେବା ଉଚିତ, ଆନନ୍ଦ ବି ହେବା ଉଚିତ, ଉତ୍ସାହ ବି ରହିବା ଉଚିତ । ଆମର ଉତ୍ସବଗୁଡ଼ିକ ସାମୁହିକତାର ମହକ ନେଇଆସନ୍ତି ଆଉ ସାମୁହିକତାର ସଂସ୍କାର ମଧ୍ୟ ସୃଷ୍ଟି କରନ୍ତି । ସାମୁହିକ ଜୀବନ ହିଁ ଗୋଟିଏ ନୂତନ ସାମର୍ଥ୍ୟ ଦେଇଥାଏ । ନୂତନ ସାମର୍ଥ୍ୟ ପାଇଁ ସାଧନାର ମାର୍ଗ ହେଉଛି ଆମର ଉତ୍ସବ । ଆସନ୍ତୁ ମିଳିମିଶି, ଉତ୍ସାହ ଉଦ୍ଦୀପନାର ସହିତ ନୂତନ ସ୍ୱପ୍ନ, ନୂତନ ସଂକଳ୍ପ ନେଇ ଆମେ ଉତ୍ସବ ପାଳନ କରିବା । ଆପଣମାନଙ୍କୁ ପୁଣିଥରେ ବହୁତ ବହୁତ ଶୁଭକାମନା ଜଣାଉଛି । ଧନ୍ୟବାଦ !

 

Comments are closed.